ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି l ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀଠାରେ 09ନଂ ଜୋନ ସ୍ତରୀୟ ଏକ କର୍ମୀ ସମ୍ମିଳନୀ ଓ ପରାଜୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନେତୃବୃନ୍ଦ ନିଜ ନିଜ ଅଭିମତ ପ୍ରକାଶ ପରେ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ସମ୍ପ୍ରତି ଶାସନ ବ୍ୟବସ୍ଥା ପରିବର୍ତନ ପରେ ହରଭଙ୍ଗା ବ୍ଲକରେ ପିସି ଯୁଗ ଆରମ୍ଭ ହୋଇଯାଇଛି ଏହା ବିରୁଦ୍ଧରେ ଦରଦାମ ବୃଦ୍ଧି 300ୟୁନିଟ ବିଜୁଳି 3000ଟଙ୍କା ଭତା ସମସ୍ତ ମହିଳାଙ୍କୁ ପଚାଶ ହଜାର ଟଙ୍କାର ପ୍ରତିଶୁତି ଏବଂ ଯେଉଁ ପ୍ରତିଶୁତି ନେଇ ବିଜେପି କ୍ଷମତାକୁ ଆସିଥିଲା କ୍ଷମତାକୁ ଆସିବାର 60 ଦିନପରେ ସବୁଥିରେ ବିଫଳ ହୋଇଛି l

କେନ୍ଦ୍ରୀୟ ବଜେଟରେ ଓଡିଶା ପ୍ରତି ବିଜେପି ବୈମାତୁକ ମନୋଭାବ ପ୍ରଦର୍ଶନ କରିଛି ଏହା ବିରୁଦ୍ଧରେ ଏବଂ ଜିଲ୍ଲା ବାସୀଙ୍କ ତଥା ଓଡିଶାବାସୀଙ୍କର ସ୍ୱାର୍ଥ ରାକ୍ଷପାଇଁ ଆବଶ୍ୟକ ପଡିଲେ ରକ୍ତକ୍ଷୟୀ ସଂଗ୍ରାମ କରିବାକୁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାପରିଷଦସଭ୍ୟ ଅବକାଶ ସାହୁ, ପ୍ରଦୀପ କୁମାର ସାହୁ ସୁବୋଧ ପ୍ରଧାନ ଜ୍ୟୋତିରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ଦାସ ସଞ୍ଜୟ ଦେହୁରୀ ଅଶୋକ ସେଠି ନିହାର ଘୋଷ ଭୀମସେନ ଘିବଲା କାବୁ ବେଉରିଆ ସମୟ ପ୍ରଧାନ ରଜତ ଦାସ ବିଶିକେଶନ ପ୍ରଧାନ ସୁବ୍ରତ ସାହୁ ପ୍ରମୁଖଙ୍କ ନେତୃତ୍ୱ ରେ ପାଞ୍ଚଶହ ରୁ ଉର୍ଦ୍ଧ କର୍ମୀ ଯୋଗଦେଇ ବିଜୁ ଜନତାଦଳକୁ ତୃଣମୁଲସ୍ତରରୁ ସଙ୍ଗଠିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l