ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଓଡିଶା ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୱାର୍ଡ ମେମ୍ବରମାନଙ୍କର ଏକ ଦିବସୀୟ ପୂର୍ଣ୍ଣ ନବୀକରଣ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏପିଡି( ତାଲିମ ) ସୈଵାଳିନୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସ୍ୱୀକୃତିପ୍ରାପ୍ତ ତାଲିମଦାତା ରବୀନ୍ଦ୍ର ହୋତା ଏବଂ ଶେଷଦେବ ବାରିକ ୱାର୍ଡ ମେମ୍ବରମାନଙ୍କୁ ତାଲିମ ପ୍ରଦାନ କରିଥିଲେ l
ବିଶେକକରି ନିର୍ବାଚିତ ୱାର୍ଡ ମେମ୍ବର ମାନଙ୍କ ଭୂମିକା, ଦାଇତ୍ୱ, ଗ୍ରାମୀଣ ଆବାସ ଯଜନା, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ, ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ, ବାଳ ସଭା, ମହିଳା ସଭା, ମହିଳା ବିକାଶ ଉପରେ ୱାର୍ଡ ମେମ୍ବରମାନଙ୍କୁ ବୁଝାଯାଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମୀଣ ଆବାସ ପ୍ରକଳ୍ପ ପରିଚାଳକ ଆଲୋକ ରଶ୍ମୀ ମିଶ୍ର, ନରେଗା ପ୍ରକଳ୍ପ ସଂଯୋଜକ ଶୈବାଳିନି ଦାସ, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଯୋଗାନନ୍ଦ ମେହେର ଏବଂ ଉଲୁଣ୍ଡା ଜିପିଡିଓ ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ୱାର୍ଡ ମେମ୍ବରମାନଙ୍କୁ ଅବଗତ କରାଇଥିଲେ l ଆଜିର ଏହି କର୍ଯ୍ୟକ୍ରମରେ ଉଲୁଣ୍ଡା ବ୍ଲକର ଉଲୁଣ୍ଡା, ଲସ୍ତଲା, ମହଦା ଏବଂ ରକ୍ସା ପଞ୍ଚାୟତର ମୋଟ 32 ଜଣ ୱାର୍ଡ ମେମ୍ବର ଯୋଗଦେଇ ତାଲିମ ଗ୍ରହଣ କରିଥିଲେ l