ହରଭଙ୍ଗା  : (. ଚିତ୍ତରଞ୍ଜନ ସିଂହ ) ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା l ଜଗତର ନାଥ ଜଗନ୍ନାଥ ଶ୍ରୀ ମନ୍ଦିର ରୁ ବାହାରି ମାଉସୀ ମା ଗୁଣ୍ଡିଚା ଦେବି ଙ୍କ ଘରକୁ ଆଜି ବିଜେ କରିବେ l ଏଥି ପାଇଁ ସଜାଇ ହୋଇଛି ରଥ ଓ ପଥ l ଲକ୍ଷ ଲକ୍ଷ ଭକ୍ତ ଙ୍କୁ ଚକା ଚକା ଆଖିରେ ଦେଖି ଦର୍ଶନ ଦେବେ l ଆମ ଓଡିଶା ଜଗନ୍ନାଥ ସଂସ୍କୃତି ଅନୁଯାଇ 12ମାସରେ ତେର ପର୍ବ ଓଏହି ତେର ପର୍ବ ମଧ୍ୟରୁ ଶ୍ରୀମହାପ୍ରଭୁ ଙ୍କ ଦୁଇ ପର୍ବ, ରଥଯାତ୍ରା ଓ ବାହୁଡା଼ ଯାତ୍ରା l ମହାପ୍ରଭୁ ଙ୍କ ରଥଯାତ୍ରା ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ରୀତିନୀତି ଅନୁଯାଇ ପୂଜା ଓ ଛେରା ପହରlରେ ନନ୍ଦିଘୋଷ ରଥେ ବିଜେ ହୁଅନ୍ତି ଜଗନ୍ନାଥ l

ଆହାକି ଅପୂର୍ବ ମନଲୋଭା ଦୃଶ୍ୟ l ଜଗନ୍ନାଥ ସଂସ୍କୃତି ମାଦଳା ପାଞ୍ଜି ଅନୁଯାଇ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସାରା ବିଶ୍ୱରେ ମହା ଆଡମ୍ବର ରେ ପାଳିତ ହେଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ର ହରଭଙ୍ଗା, କୁସଙ୍ଗ, ବାଇଶିପଡ଼ା, ଚାରିଛକ, ପୁରୁଣାକଟକ, ତିଲେଶ୍ୱର, ରାମଗଡ, ଧଳପୁର, କୋଇଲିସୂତା, କରଡ଼ି, ବିରାମଚନ୍ଦ୍ର ପୁର, ସରସରା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାଇ ପୂଜାର୍ଚନା କରି ଛେରା, ପହରା ଓ ପହଣ୍ଡି ବିଜେ କରି ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ସାଙ୍ଗରେ ଧରି ପ୍ରଭୁ ଜଗନ୍ନାଥ ରଥରୁଡ଼ ହୋଇଥିଲେ l

ଏହି ସମସ୍ତ ରଥଯାତ୍ରା ରେ ଭକ୍ତ ଙ୍କ ଭିଡ଼ ଜମି ରହିଥିବା ବେଳେ ବୌଦ୍ଧ, ହରଭଙ୍ଗା ଓ ପୁରୁଣାକଟକ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ, ତରଫରୁ ପବିତ୍ର ରଥଯାତ୍ରା ଅବସରରେ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ଠାରେ ହଜାର ହଜାର ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କୁ “ଟଙ୍କ ତୋରାଣି “ବଣ୍ଟନ କରାଯାଇଥିଲା l ପ୍ରକାଶ ଥାଉକି ବ୍ଲକ ର ପାତାଳି ଶ୍ରୀକ୍ଷେତ୍ର ନାଏକ ପଡ଼ା ଠାରେ ଆସନ୍ତା କାଲି ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଥିବା ବେଳେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ନିର୍ବାଚନ ମଣ୍ଡଳୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ରେ ମହାପ୍ରଭୁ ଙ୍କ ଦର୍ଶନ ଲାଭ କରିଥିଲେ l