ବୌଦ୍ଧ : ଅଖଣ୍ଡ ଭାରତ ରେ ମୋଗଲ ଶାସନ କୁ ପ୍ରତିହତ କରି ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ଶିବାଜୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ରହିଥିଲା ବୋଲି ହିନ୍ଦୁ ସାମ୍ରାଜ୍ୟ ଦିବସ ସମାରୋହରେ ମତବ୍ୟକ୍ତ ପାଇଛି l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବୌଦ୍ଧ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଠାରେ ଆଜି ସନ୍ଧ୍ୟାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ମାନନୀୟ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ପଦ୍ମ ଚରଣ ମେହେର ଯୋଗଦେଇ ମୋଗଲ ଶାସନlଧୀନ ଭାରତକୁ ହିନ୍ଦୁ ସାମ୍ରାଜ୍ୟ ରେ ପରିଣତ କରାଇବାରେ ଛତ୍ରପତି ଶିବାଜୀ ମହାରାଜଙ୍କ ବଳିଦାନ ଚିର ସ୍ମରଣୀୟ l
ସେମାନଙ୍କ ପଥ ଅନୁସରଣ କରି ଯଦି ଏହି ହିନ୍ଦୁ ସାମ୍ରାଜ୍ୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇପାରିଲେ ଏହା ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ l କାର୍ଯ୍ୟକ୍ରମରେ ନଗର କାର୍ଯ୍ୟବାହ ଦିଲ୍ଲିପ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ଶିବରାମ ସାହୁ ସାମୁହିକ ଗୀତ ଗାନ କରିଥିଲେ l ଶେଷରେ ଶାନ୍ତି ମନ୍ତ୍ର ପାଠ କରାଯାଇ ସମାରୋପ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ଓ ସ୍ବେୟଂସେବକ ସେବକ ଉପସ୍ଥିତ ହୋଇଥିଲେ l