
ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ):ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ସରୋଜ କୁମାର ପ୍ରଧାନ ଙ୍କୁ ଆଜି ମା ଭୈରବୀ ମହୋତ୍ସବ କମିଟି ପକ୍ଷରୁ ପୁରୁଣାକଟକ କଲ୍ୟାଣ ମଣ୍ଡପ ଠାରେ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଏବଂ ମା ଭୌରାବୀ ଙ୍କ ଆଜ୍ଞାମାଳ ଦେଇ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା l ଉକ୍ତ ସମ୍ବର୍ଦ୍ଧନା ପର୍ବ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l
ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ମହୋତ୍ସବ କମିଟିର ସଭାପତି ଯୁବ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲ, କମିଟିର ସମ୍ପାଦକ ଅଶୋକ ସେଠି,ଆବାହକ ବିଭୁଦତ୍ତ ବୋଷ, ଉପସଭାପତି ସରୋଜ ପ୍ରଧାନ ଉପଦେଷ୍ଟା ପ୍ରାଣବନ୍ଧୁ ସାହୁ, ମଂଚାସୀନ ଥିବାବେଳେ ବାଳକୃଷ୍ଣ ନାୟକ ମଞ୍ଚ ପରିଚାଳନା କରିଥିଲେ l
ସମ୍ବର୍ଦ୍ଧନା ସଭାରେ ବିଧାୟକ ମା ଭୈରବୀ ଙ୍କ ଅପାର କରୁଣା, କମିଟିର ସହଯୋଗ ମୋର ବିଜୟ ରେ ମୁଖ୍ୟ ପୁରୋଧା ହୋଇ ସହାୟକ ହୋଇଥିବା କହିଥିବା ସହ ମହୋତ୍ସବ ଦ୍ୱାରା ମା ଭୈରବୀ ଙ୍କ ମହିମା ରାଜ୍ୟ ତଥା ଦେଶରେ ବିଖ୍ୟାତି ଅର୍ଜନ କରିବା ପାଇଁ ସଂପୁର୍ଣ ସହାୟତାର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଥିଲେ l ତତ ସହିତ ପୁରୁଣାକଟକ ଅଂଚଳ ର ବିକାଶ, ଚାଷୀଙ୍କ ସମସ୍ୟା, ପାନୀୟ ଜଳ, ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟାର ସମାଧାନ, ଶିକ୍ଷା ଉପରେ ପ୍ରଥମ ପଦକ୍ଷେପ ନିଆଯିବ ବୋଲି କହିଥିଲେ l ଉକ୍ତ ସମ୍ବର୍ଦ୍ଧନା ପର୍ବ ରେ ଭୈରବୀ ମହୋତ୍ସବ କମିଟି ସମେତ ଭୈରବୀ କ୍ଳବ, ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା, ସ୍ଥାନୀୟ ଅଂଚଳର ସହ ସହ କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ l