
କେସିଙ୍ଗା ; (ପ୍ରୀତୀଶ ପଟେଲ )ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ତୃତୀୟ ଥର ପାଇଁ କେସିଙ୍ଗା ୱାର୍ଡ ନ ୧୦ ରେ ଆସନ୍ତା ୧୦ ତାରିଖରୁ ଶୀତଳ ଷଷ୍ଠୀ ପାଇଁ ଜୋର୍ ସୋର ରେ ଚାଲିଛି ପ୍ରସ୍ତୁତି ।ଏଥି ପାଇଁ ଗତ ୧୯ ତାରିଖରେ ସ୍ଥାନୀୟ ବୁଢ଼ାରଜା ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କର୍ମ କର୍ତ୍ତା ନିର୍ବାଚନ ସହିତ ଶୀତଳ ଷଷ୍ଠୀ ର ରୂପରେଖ ପ୍ରସ୍ତୁତି କରାଯାଇଥିଲା।
ଚଳିତ ବର୍ଷ ସାନ ସରାଫ ଙ୍କୁ ସଭାପତି ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ସାମ୍ବାଦିକ ତେଜରାଜ୍ ସାହୁ ଙ୍କୁ ଉପ ସଭାପତି ଭାବରେ ଦାଇତ୍ୱ ପ୍ରଦାନ କରାଯାଇଛି।ସେହିପରି ଅନିଲ କୁମାର ସମ୍ପାଦକ ଏବଂ ଅଜୟ ବଗର୍ତ୍ତି ଓ ମନୋଜ ସରାଫ ଙ୍କୁ କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇ ଦାଇତ୍ୱ ବଣ୍ଟନ କରାଯାଇଥିଲା।ଚଳିତ ବର୍ଷ କନ୍ୟା ମାତା ପିତା ଭାବରେ ୧୦ ନ ୱାର୍ଡ ର ଯଶୋବନ୍ତୀ ଦୋରା ଓ କୃଷ୍ଣଚନ୍ଦ୍ର ଦୋରା ମନୋନୀତ ହୋଇଥିବା ବେଳେ ବର ମାତା ପିତା ଭାବରେ ସ୍ଥାନୀୟ ୱାର୍ଡ ନ ୧୦ ର ଗୋଲାପି ବାଗ ଓ ଯୁବରାଜ ବାଗ ମନୋନୀତ ହୋଇଛନ୍ତି।
କାର୍ଯ୍ୟକ୍ରମ ଅନୁସାରେ ୧୦ ତାରିଖ ସୋମବାର ଅପରାହ୍ନ ୩ ଘଣ୍ଟା ସମୟରେ ଭଗବାନ ମହାଦେବ ଙ୍କ ବରାନୁଗମ ଓ ରାତ୍ର ୮ ରୁ ୯ ଘଣ୍ଟା ମଧ୍ୟରେ ଶିବ ପାର୍ବତୀ ବିବାହ ଅନୁଷ୍ଟିତ ହେବ ବୋଲି ଆୟୋଜକ ଅନୁଷ୍ଠାନର ସଭାପତି ପ୍ରକାଶ କରିବା ସହିତ କନ୍ୟା ପକ୍ଷ ଓ ବର ପକ୍ଷ ପକ୍ଷ ରୁ ସମସ୍ତ ଅଞ୍ଚଳ ବାସୀ ଙ୍କୁ ବିବାହ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି।