ବୌଦ୍ଧ ୦୨/୦୬ ( ଚିତ୍ତ ରଂଜନ ସିଂ ) ନୟାଗଡ଼ ବନ୍ୟପ୍ରାଣୀ ବନ ଖଣ୍ଡ କୁସଙ୍ଗ ରେଞ୍ଜ ସୁନା ଖଣିଆ ରେ ବର୍ତମାନ ଏକ ବଡ଼ ହାତୀ ପଲ ଆସିଥିବା ବେଳେ ଯାତାୟତ ଥିବା ବାଟୋଇଙ୍କୁ ସଚେତନତା କରାଉଛି ବନ୍ୟ ପ୍ରାଣୀ ବିଭାଗ l ମିଳିଥିବା ବିଭାଗର ସୂଚନା ଅନୁଯାଇ ଗତ କିଛିଦିନ ତଳେ ଉକ୍ତ ରେଞ୍ଜ ରେ ହାତୀ ଗଣନା କାର୍ଯ୍ୟ ସରିଥିବା ବେଳେ ଗଣନା ସମୟରେ କୌଣସି ହାତୀପଲ ଜଙ୍ଗଲ ରେ ନଥିବା ନେଇ ବନ୍ୟ ପ୍ରାଣୀ ପକ୍ଷରୁ ସୂଚନା ଦିଆଯାଇଥିଲା l
କିନ୍ତୁ ଆଜକୁ ଦୁଇ ଦିନ ହେବ ନୟାଗଡ଼ ବନ୍ୟଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ରୁ ଏକ ୨୩ ଟିକିଆ ହାତୀ ପଲ କୁସଙ୍ଗ ରେଞ୍ଜ କୁ ଅତିକ୍ରମ କରିଥିବା ନେଇ ଜଣାପଡିବା ପରେ ବର୍ତମାନ ସମସ୍ତ ହାତୀ ସୁନା ଖଣିଆ ବିଟ ଅଞ୍ଚଳ ରେ ରହୁଥୁବା କୁହାଯାଉଛି l
ଏବଂ ହାତୀ ଗୁଡିକ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ସବୁବେଳେ ମହାନଦୀ କୂଳ ଜଙ୍ଗଲ ରେ ରହିଥୁବାରୁ ବନ୍ୟପ୍ରାଣୀ ଗତି ଵିଧି ଉପରେ ଲକ୍ଷ ରଖିଛି l ଏପଟେ ହାତୀ ପଲ ପାଣି ପାଇଁ ରାସ୍ତା ପାର ହୋଇ ମହାନଦୀ କୁ ଯିବା ଆସିବା କରୁଥିବାରୁ ବନ୍ୟପ୍ରାଣି ଅଞ୍ଚଳ ରେ ଥିବା ଲୋକଙ୍କୁ ସତର୍କ କରାଇବା ସହ ବିନା ଅନୁମତି ରେ ଯିବା ଆସିବା କୁ ବାରଣ କରିବା ଅନ୍ୟପଟେ ଏଥିରେ ୧୧ ମାଇଁ ହାତୀ ୫ ଟି ଅଣ୍ଡିରା, ଏବଂ ୭ ଟି ଛୁଆ ହାତୀ ଥିବା ନେଇ ବନ୍ୟ ପ୍ରାଣୀ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି l