ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଞ୍ଚଳ ର ସୁନାଖଣିଆ ଅଞ୍ଚଳ ରେ ମହାନଦୀ ଗର୍ଭ ରେ ଶନିବାର ଦିନ ୩୫  ଟି ଘଡିଆଲ କୁମ୍ଭୀର ସାବକ ଜନ୍ମ ନେଇଥିବା ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି l ଘଡିଆଲ କୁମ୍ଭୀର ରିସର୍ଚ୍ଚ ଟିମ ଙ୍କ କହିବା ଅନୁଯାଇ ଘଡିଆଲ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାର ୩୪   ଦିନ ପରେ ଛୁଆ ଜନ୍ମ କରିଥାଏ l୩୫ ଟି ଅଣ୍ଡା ରୁ ସମସ୍ତ ଅଣ୍ଡା ଛୁଆ ଜନ୍ମ ହୋଇଥିବା ନେଇ ରିସର୍ଚ୍ଚ ଟିମ ପକ୍ଷରୁ କୁହାଯାଇଛି l

ବର୍ତମାନ କୁସଙ୍ଗ ମହାନଦୀର ସୁନା ଖଣିଆ ବିଟ ରେ କୃଷ୍ଣଚନ୍ଦ୍ର ଗିରି ସିସି କ୍ୟାମେରା ଦ୍ୱାରା କୁମ୍ଭୀର ର ଗତିବିଧି ଲକ୍ଷ କରୁଥିବା ବେଳେ ମହାନଦୀ ର ଅପରପାର୍ଶ୍ଵ ବଳଦମରା ବିଟ ରେ ଆଶାହା ରାଜ ଖାଁ ନାମକ ରିସର୍ଚ୍ଚ ଟିମ ମାଇଁ କୁମ୍ଭୀର ଓ ସାବକ ଙ୍କ ଗତିବିଧି ଉପରେ ନଜର ରଖିଥିବା କୁହାଯାଇଛି l ଏପଟେ ମହାନଦୀ ଭିତରେ ମାଛ ମରା ଡ଼ଙ୍ଗା ସମ୍ପୂର୍ଣ ଭାବେ ନିଷିଦ୍ଧ କରାଯାଇଛି ବୋଲି କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସଂସାର ବର୍ଗିଆ ସୂଚନା ଦେଇଛନ୍ତି l