ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଚର୍ଚ୍ଚା ରେ ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀ ସୋନାଲୀ ବିଶି l ଆଜି ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀଙ୍କ ନିଆରା ନାମାଙ୍କନ ଶୋଭାଯାତ୍ରା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ l ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ଚାଷୀ ପ୍ରତିନିଧି ସୋନାଲୀ ବିଶି ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ଚାଷୀ ସରକାର ନାରା ଦେଇ ନିର୍ବାଚନ ଲଢୁଥିବା ସୋନାଲୀ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ କରି ଚର୍ଚ୍ଚା ରେ ରହି ଆସୁଥିବା ସୋନାଲୀ ଆଜି ଏକ ନିଆରା ଶୋଭାଯାତ୍ରା କରିଛନ୍ତି l ପ୍ରଦୂଷଣ ମୁକ୍ତ ସମାଜର ବାର୍ତ୍ତା ଦେବା ସହିତ ଚାଷୀଙ୍କ ଅତି ଆପଣାର ଶଗଡ ଗାଡିରେ ନିଜର ଶୋଭାଯାତ୍ରା କରିଛନ୍ତି l ୧୨ ଟି ଶଗଡ ଗାଡିରେ ଶତାଧିକ ଚାଷୀଙ୍କ ସହିତ ସ୍ଥାନୀୟ ରୟାଲ ପଡିଆରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଛକ, ଆମ୍ବେଦକର ଛକ ଦେଇ ଉପ ଜିଲ୍ଲାପାଳଙ୍କ କର୍ୟାଳୟକୁ ପହଞ୍ଚିଥିଲେ l

ସେଠାରେ ନିଜ ପଣତରେ ନାମାଙ୍କନ ଖର୍ଚ୍ଚ ପାଇଁ ଲୋକଙ୍କ ଠାରୁ ସହାୟତା ରାଶି ମାଗିଥିଲେ l ଚାଷୀଙ୍କ ସହ ସାଧାରଣ ଲୋକ ଯିଏ ଯାହା ପାରିଲା ତାଙ୍କୁ ସହାୟତା ରାଶି ମଧ୍ୟ ଦେଇଥିଲେ l ଏହି ଟଙ୍କାରେ ଆଜି ନାମାଙ୍କନ ଦାଖଲ କରିବା ସହିତ ଆଗାମୀ ଦିନରେ ଚାଷୀମାନଙ୍କ ଆଶୀର୍ବାଦରେ ବିଜୟୀ ହେବାର ସେ ଆଶା ରଖିବା ସହିତ ଚାଷୀଙ୍କ ପାଇଁ ସଂଘର୍ଷ ଜାରି ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି l