ବେଲଗୁଣ୍ଠା:୨୧ /୦୪ ବେଲଗୁଣ୍ଠା ସହର ରେ ତାପ ମାତ୍ରା ଦିନକୁ ଦିନ ବଢି ଚାଲିଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୨  ଡିଗ୍ରୀ ରେ ପହଞ୍ଚି ଥିଲା। ସକାଳ 8 ଟା ରୁ ଗୁଳୁ ଗୁଳି ସାଙ୍ଗକୁ ଝାଞ୍ଜି ପବନ ମାଡ ମଧ୍ୟ ଜନ ଜୀବନ କୁ ଅସ୍ତ ବ୍ୟସ୍ତ କରିଥିଲା।

ରାସ୍ତା ଘାଟ ଶୁନଶାନ୍ ହୋଇ ଯାଇଥିଲା। ରାସ୍ତା ରେ ଲୋକଙ୍କୁ କମ୍ ଦେଖିବାକୁ ମିଳିଥିଲା। ତାତି ର କୋପ ଏମିତି ଥିଲା ଯେ ଅପରାହ୍ନ ୫  ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରି ତ୍ରାହି ତ୍ରାହି ଡାକୁଥିଲେ। ପୁର୍ବରୁ ଏ ପ୍ରକାର ଖରା କେବେ ହୋଇନଥିବା ସ୍ଥାନୀୟ ଜନ ସାଧାରଣ ଆଲୋଚନା କରୁଥିବା ଦେଖା ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛୋଟ ଛୁଆ ଓ ବୟସ୍କ ଲୋକଙ୍କ ଅବସ୍ଥା ନ କହିବା ଭଲ।

ଏସି, କୁଲର, ପଙ୍ଖା ମଧ୍ୟ କାମ ଦେଉନଥିବା ପରିଲକ୍ଷିତ ହୋଈଛି। ଅନ୍ୟ ପକ୍ଷରେ ଅଘୋଷିତ ବିଦ୍ୟୁତ କାଟ ଲୋକମାନଙ୍କ ସମସ୍ୟା କୁ ଦୁଇଗୁଣ କରି ଦେଉଛି। ଲୋକେ ଅସହ୍ୟ ଗୁଳୁଗୁଳି ରେ ରାତି ସାରା ଛଟପଟ ହେଉଥିବା ବେଳେ ସକାଳୁ ସକାଳୁ ବିଦ୍ୟୁତ୍ କାଟ ଯୋଗୁଁ ଲୋକଙ୍କ ଯନ୍ତ୍ରଣା ବଢ଼ି ଯାଉଛି। ଏହାକୁ ନେଇ ଜନ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି।