ସମ୍ବଲପୁର. ୨୦/୦୪(ରମାକାନ୍ତ ବିଶ୍ୱାଳ)ଲଖନପୁର ସରଧା ଠାରେ ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି I ଆଜି ସକଳ ୫ ଟା ରୁ ଆରମ୍ଭ ହୋଇଛି ପୁଣି ସର୍ଚ୍ଚ ଅପରେସନ l ସକାଲେ ନିଖୋଜ ଥିବା ୭ ଜଣଙ୍କ ମଧ୍ୟରୁ ତିନି ଜଣ ଶିଶୁ ଏବଂ ତିନି ଜଣ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଗତ କାଲି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା l ମୃତ ମହିଳା ଜଣକ ଛତିଶଗଡ଼ ଖରସିଆଁର ରାଧିକା ନିଶାଦ ବୋଲି ଜଣାପଡିଛି I ବର୍ତ୍ତମାନ ହେଲେ ଜଣେ ମହିଳା ନିଖୋଜ ରହିଥିବା ସୂଚାମିଳିଛି l

୨ ଟି ଓଡ୍ରାଫ ଟିମ ଏବେ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ସ୍କୁଡା ଡ୍ରାଇଭିଂ ଟିମ ଝାରସୁଗୁଡା ପହଂଚି ସାରିଛନ୍ତି l କିଛି ସମୟ ମଧ୍ୟରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହେବ l ଡ଼ଙ୍ଗାରେ ପ୍ରାୟ ୫୪ ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ସରଧା ଡ଼ଙ୍ଗା ଘାଟକୁ ଆସୁଥିଲେ l ସେମାନଙ୍କ ମଧ୍ୟରେ ୪୫ ଜଣ ଛତିଶଗଡ ଅଂଚଳର ଥିଲେ l

ସେମାନେ ବରଗଡ଼ ପଥରାସେନୀ କୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବବେଳେ ସରଧା ଘାଟ ନିକଟରେ ଡଙ୍ଗାଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା l ଡ଼ଙ୍ଗାରେ ଥିବା ବରଗଡ ଓ ଝାରସୁଗୁଡା ଅଂଚଳର ୯ ଜଣ ତଥା ଛତିଶଗଡ଼ର ୩୭ ଜଣ ଜୀବିତ ଉଦ୍ଧାର ହୋଇଥିବା ଜଣାପଡିଛି l ଛତିଶଗଡର ଯାତ୍ରୀ ମାନଂକୁ ପ୍ରାଥମିକ ଚିକିତ୍ସାପରେ ଛତିଶଗଡ ପ୍ରଶାସନ ନିଜ ଜିଲ୍ଲାକୁ ନେଇଥିବା ଜଣାପଡ଼ିଛି lଏହି ଦୁଃଖଦ ଘଟଣା ଜାଣିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।