ବୌଦ୍ଧ (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ବିଜେପିର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ସମାବେଶ ଓ ମିଶ୍ରଣ ପର୍ବରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଥମେ ମିଶ୍ରଣ ପର୍ବରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ଵାଗତ ଓ ଶୁଭେଚ୍ଛା ସହ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟ କରାଇବା ପାଇଁ ଜନସାଧାରଣ ତଥା ବିଜେପି କର୍ମୀଙ୍କୁ ନିବେଦନ କରିଥିଲେ। ୪୦ ଡିଗ୍ରୀରୁ ଅଧିକ ଉତ୍ତାପ ଥିବା ମଞ୍ଚରେ ହଜାର ହଜାର ଜନ ସମାବେଶ ଦେଖି କେନ୍ଦ୍ରମନ୍ତ୍ରୀ ନିଜର ଖୁସିକୁ ଆୟତ କରି ନ ପାରି ଏଥର ପ୍ରବଳ ଖରାରେ ଫୁଟିବ ପଦ୍ମ ବୋଲି ଉଦବୋଧନ ଦେଇଥିଲେ।

ମକରପଡ଼ିଆ ଠାରେ ବୌଦ୍ଧ ଜିଲ୍ଲା ବିଜେପିର ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ ବିଶାଳ ଜନସମାବେଶ ରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କିଶୋର ମେହେର , ଖଲିଆପାଲି ପଂଚାୟତର ସମିତିସଭ୍ୟ କେଦାରନାଥ ସାହୁ, ନାରାୟଣପ୍ରସାଦ ସରପଞ୍ଚ ତାରାକାନ୍ତୀ ମାଝୀ ଓ ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପୟୋଧର ମହାକୁଡ଼, ରମେଶ ସାହୁ, ବୀଣାପାଣି ସାହୁ, ଦପଳା ସରପଞ୍ଚ ଅନ୍ନପୂର୍ଣ୍ଣା ମହାକୁଡ଼, ସୁଶୀଲ ପୁରୋହିତ, ବିଜିତପ୍ରଧାନ, ରାମହରୀ ପ୍ରଧାନ,ରେଙ୍ଗାଲି ପଂଚାୟତର ପୂର୍ବତନ ସମିତିସଭ୍ୟ ପୁର୍ଣ୍ଣଚନ୍ଦ୍ର ସାହୁ ,ସାରଥୀ ସାହୁ, ଖମନମୁଣ୍ଡା ସରପଞ୍ଚ ଅଳକାପ୍ରଧାନ, ପୂର୍ବତନ ସରପଞ୍ଚ ତେଜରାଜ ସାହୁ, ଆମ୍ବଗାଁ ଗୌନ୍ତିଆ ମୋତିଲାଲ ରଣା, ଜେମାକାନ୍ତ ନାୟକ, ଶିବଶଙ୍କର କର୍ଣ୍ଣ, ଶାନ୍ତନୁ ଥାର୍ଟି, ପଲସାଗୋରା ପୂର୍ବତନ ସରପଞ୍ଚ ଗିରିଶ ଦଳବେହେରା , ପ୍ରଦୀପ ଚାନ୍ଦ, ବରପଦରର ପ୍ରମୋଦ ରଣା ,ଚିରଞ୍ଜିବି ବିଶି, ରତନ ପଟ୍ଟନାୟକ, ଘଣ୍ଟାପଡ଼ା ପୂର୍ବତନ ସରପଞ୍ଚ ଲିଙ୍ଗରାଜ ମଲିକଙ୍କ ସମତେ ବହୁ ନେତା ନିଜର ସମର୍ଥକଙ୍କ ସହିତ ବିଜେପି ରେ ସାମିଲ ହୋଇଥିଲେ l

ସାମିଲ ହୋଇଥିବା ସମସ୍ତ ନେତା ଓ କର୍ମୀମାନଙ୍କୁ ପୁଷ୍ପଗୁଛ,ବିଜେପିର ଦଳୀୟ ଉପଢୌକନ ଓ ଟୋପି ଦେଇ ବିଜେପିର ବରିଷ୍ଠ ନେତାମାନଙ୍କ ଦ୍ୱାରା ସମର୍ଦ୍ଧିତ କରାଯାଇଥିଲା l ଉକ୍ତ ବିଶାଳ ଜନ ସମାବେଶ ଓ ମିଶ୍ରଣ ପର୍ବରେ ବିଜେପିର କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ,କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ବିଧାନସଭା ପ୍ରଭାରୀ ପ୍ରେମାନନ୍ଦ ମିଶ୍ର, ଯୁବନେତା ଓମପ୍ରକାଶ ମିଶ୍ର, ନଂ୪ ଜିଲ୍ଲା ପରିଷଦ ସଦସ୍ୟ ରାକେଶ ତ୍ରିପାଠୀ,ଶେଷ କୁମାର ମେହେର ନବୀନ କୁମାର ମହାପାତ୍ର, ମାଗୁଣି ଗାଈଗୋଉରିଆ, ପଦ୍ମଚରଣ ଦାସ,ଚିତ୍ତରଞ୍ଜନ ପlତ୍ର, ନଂ ୨ ଜିଲ୍ଲା ପରିଷଦ ସଭ୍ୟl ପଦ୍ମାଳୟା ପ୍ରଧାନ ମଞ୍ଚାସିନ ଥିଲେ। ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକ ଧର ରଣା ଓ କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ ପ୍ରଧାନ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ।ଉକ୍ତ ମିଶ୍ରଣପର୍ବରେ ହଜାର ହଜାର ଜନସାଧାରଣ ଓ କର୍ମୀ ଉପସ୍ଥିତ ରହିଥିଲେ।