ଧର୍ମଗଡ:୨୦/୪( ହେମନ୍ତ କୁମାର ମାଝୀ) ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ଅନେକ ବିଜେଡ଼ି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ମଧ୍ଯ ଏହି ଅବସରରେ ଭାଜପା ରେ ସାମିଲ ହୋଇ ଥିଲେ ।ସ୍ଥାନୀୟ ରାଜ ହୋଟେଲ ପରିସର ରେ ଆୟୋଜିତ ଭାଜପା ର ଏହି ମିଶ୍ରଣ ପର୍ବ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ବିଧାୟକ ପ୍ରାର୍ଥୀ ସୁଧୀର ପଟଯୋଷୀ, ସାଂସଦ କ୍ଷେତ୍ର ସଂଯୋଜାକ ଶିବ ପ୍ରସାଦ ମୁଣ୍ଡ, ବିଧାନ ସଭା କ୍ଷେତ୍ର ପ୍ରଭାରୀ ସତ୍ୟାନାରୟଣ ବେହେରା, ସଂଯୋଜକ ମନୀନ୍ଦ୍ର ଭୂଷଣ ପାତ୍ର,ଭାରତ ଦେଓ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଅଜୟ ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ସଧାରଣ ସମ୍ପାଦକ ଯୁଗଳ ପୋଡ଼, ଜୟ ଶଙ୍କର ପୂର୍ବତନ ରାଜ୍ୟ ଓଵିସି ମୋର୍ଚ୍ଚା ସଂପାଦକ ଜନ୍ମେଜୟ ନାଏକ,ନାଏକ,ଧର୍ମଗଡ ନଗର ପାଳ ଅଶୋକ ମହାନ୍ତି,, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ରାଷ୍ଟ୍ରୀୟ ଯୁବ ମୋର୍ଚା ସଦସ୍ୟ ଦୀପ ଜ୍ୟୋତି ମୁଣ୍ଡ ରାଜ୍ୟ ଶିକ୍ଷା ପ୍ରକୋଷ୍ଠ ସହ ସଂଯୋଜକ ଜଗବନ୍ଧୁ ମିଶ୍ର ଓ ଅନ୍ୟମାନଙ୍କ ଉପସ୍ଥିତି ଥିଲ । ।

ଯୋଗଦାନ କରିଥିବା ପ୍ରମୁଖ ବ୍ୟକ୍ତି, ବିଜେଡି ନେତା ଉମାଶଙ୍କର ବାଗ ( ବଘେଲ), ଆଇନଜିବୀ ଅଶ୍ୱିନ ପଣ୍ଡା, ଆଦିତ୍ୟ ପଣ୍ଡା, ବସନ୍ତ ଠାକୁର, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ପୁର୍ବତନ ସମିତି ସଭ୍ୟ କିଶୋର ଶବର, ବରାଡଙ୍ଗା ସରପଞ୍ଚ ପ୍ରତିନିଧି ଟିକଚନ୍ ସେଠି ଧର୍ମଗଡ଼ ବ୍ଲକ ନାଟ୍ୟ କଳାକାର ସଂଘ ସଭାପତି ଚିତ୍ତରଞ୍ଜନ ଦାସ, ବଡ଼ଘୁମର ସମିତି ସଭ୍ୟ ଅଷ୍ଟରତ୍ନ ମାଝୀ,ଆମପାଣି ନାଏବ୍ ସରପଞ୍ଚ ମଣ୍ଟୁ ପୁରୋହିତ ବିଜେଡି ନେତା ମହେଶ୍ୱର ଖମାରୀ, ସୁରେଶ ମାଝୀ, ଡୁମେରଗୁଡ଼ା ନାଏବ୍ ସରପଞ୍ଚ ଭ୍ରମର ମାଝୀ,ପୂର୍ବତନ ଶିକ୍ଷକ ଟିକଚନ୍ ବଣିଆ ଡ୍ରାଇଭର ସଂଘ ସଭାପତି ନିରଞ୍ଜନ ରାଉତ ଙ୍କ ସମେତ ବହୁ ୱାର୍ଡ ସଭ୍ୟ ଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ ଦଳର କର୍ମୀ ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାଜପା ରେ ଯୋଗଦାନ କରିଥିଲେ। ମିଶ୍ରଣ ପର୍ବ କୁ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ ପରିଚାଳନା କରିଥିବାବେଳେ ଵିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଷୀ ସମସ୍ତ ନୂତନ ସଦସ୍ୟ ଙ୍କୁ ଫୁଳ ତୋଢା ଓ ଭାଜପା ଉତ୍ତରୀୟ ଦେଇ ଦେଇ ଦଳକୁ ସ୍ଵାଗତ କରିଥିଲେ।