ଧର୍ମଗଡ଼ ୧୯/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା  ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଏଵେ ଚର୍ଚ୍ଚା ପରିସରକୁ ଆସିଛି। ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଦେଇଥିବା ଵେଳେ କେନ୍ଦ୍ର ରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ତରଫରୁ ଵରିଷ୍ଟ ଆଇନ ଜୀଵି ତଥା ସ୍ଥାନୀୟ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଷୀ ଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦଳ ପୂରଵର୍ତନ ସରପଞ୍ଚ ରଶ୍ମି ରେଖା ରାଉତ କୁ ପ୍ରାର୍ଥୀ କରିଥିବା ବେଳେ ରାଜ୍ୟ ରେ ଶାସନ କରୁଥିବା ଵିଜୁ ଜନତା ଦଳ ପୂର୍ବତନ  ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କୁ ପ୍ରାର୍ଥୀ କରିଛି।

ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ନିଜ ନିଜର ସମର୍ଥ କୁ ଧରି ପ୍ରଚାର ଜୋରଦାର ଚଳାଇଛନ୍ତି।କେନ୍ଦ୍ର ସରକାର ଙ୍କ ଦ୍ବାରା ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଲୋକ ପ୍ରିୟତା କୁ ନେଇ  ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ  ଭୋଟ ଭିକ୍ଷା କରୁଥିବା ଵେଳେ ରାଜ୍ୟ ସରକାର ଙ୍କ ବିଫଳତା  ଏଵଂ କଂଗ୍ରେସ ଦଳର ୭୦ ବର୍ଷ ର ଶାସନର ବିଫଳତା କୁ ମଧ୍ୟ ମୁଖ୍ୟ ମୁଦା କରି  ମଧ୍ୟ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିବା ଵେଳେ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ରାଜ୍ୟ ସରକାର ଙ୍କ ଦୀର୍ଘ ୨୫ ବର୍ଷ ର ଶାସନ କାଳରେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇ ଶ୍ରମିକ  ମୃତ୍ୟୁ ହୋଇ ଫେରୁଥିବା ଘଟଣା ଏଵଂ ଚାଷୀ ମାରଣା ନିତି ଭଲି ବିଭିନ୍ନ ସମସ୍ୟା କୁ ମୁଦା କରି ଭୋଟର ଙ୍କୁ ମନାଇବା ସହିତ ଭୋଟ ଭିକ୍ଷା କରୁଥିବା ଵେଳେ ସେହିପରି ଵିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କୁ ନେଇ ଭୋଟ ଭିକ୍ଷା କରୁଥିବା  ଵେଳେ କେନ୍ଦ୍ର ସରକାରଙ୍କ ବିଫଳତା କଂଗ୍ରେସ ସରକାର ଙ୍କ ୭୦ ବର୍ଷ ବିଫଳତା କୁ ନେଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

ସେହିଭଳି ରାଜନୈତିକ ସମୀକ୍ଷକ ମାନଙ୍କ ଠାରୁ ଶୁଣିବା କୁ ମିଳୁଛି ଧର୍ମଗଡ଼ ରେ ଦୀର୍ଘ ଦିନରୁ ଧର୍ମଗଡ଼ କୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିଲେ ମଧ୍ୟ ଏଯାଏ ଜିଲ୍ଲା ମାନ୍ୟତା ମିଳିଲା ନାହିଁ ଏଵଂ ଆଇ, ଟି,ଆଇ ହେଵା ପାଇଁ  ଭିତ୍ତିପ୍ରସ୍ତର ହୋଇଥିଲେ ମଧ୍ୟ କେବଳ ନଡ଼ିଆ ଫାଟରେ ସିମିତ ରହିଯାଇଥିବା ଭଳି ବିଭିନ୍ନ ସମସ୍ୟା  ଥିଵା ଵେଳେ ଶ୍ରୀ ଦେଓ ଧର୍ମଗଡ଼  ଵିଧାୟକ ବା ମନ୍ତ୍ରୀ ଥିବା ଵେଳେ କେତେ ଗୁଡିଏ ଅଫିସ ସ୍ଥାନାନ୍ତରିତ ହୋଇଯାଇଥିଲା ଏଣୁ ଭୋଟର କାହା ଉପରେ ଭରସା ରଖି କଳସ ଢାଲିଵେ ତାହା ଦେଖିବା କୁ ବାକି ରହିଲା। ଧର୍ମଗଡ଼ ରେ ଏଵେ ମଧ୍ୟ ବିଭିନ୍ନ ସମସ୍ୟା ରେ ଗତି କରୁଛି ଯାହା ଫଳରେ ଶାସକ ଦଳକୁ ଅଡୁଆରେ ପକାଇ ପାରେ ଵେଳି ଆଲୋଚନା ହେଉଛି।

ସେହିଭଳି ଦୀର୍ଘ ବର୍ଷ ରୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ରେ  ଧର୍ମଗଡ଼ ର ସ୍ଥାନୀୟ ଵିଧାୟକ ପ୍ରାର୍ଥୀ  ହୋଇନଥିବା ବେଳେ ଏହି ନିର୍ବାଚନ ରେ ସ୍ଥାନୀୟ ପ୍ରାର୍ଥୀ କୁ ଗୁରୁତ୍ଵ ଦିଆଯାଇ ପାରେ ଵେଳି ଆଲୋଚନା ହେଉଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀ ରେ ଯାଦବ ଭୋଟର ଏଵଂ ଓଵିସି ଭୋଟର ସଂଖ୍ୟା ଅଧିକ ଥିଵା ଵେଳେ କଂଗ୍ରେସ  ଓ,ଵି,ସି ଯାଦଵ ମହିଳା କାଡ ଖେଲି ଯାଦଵ ମହିଳା ପ୍ରାର୍ଥୀ କରିଥିବା ଥିବା ବେଳେ ତିନି ପ୍ରମୁଖ ଦଳ ର ତ୍ରିମୁଖି ଲଢେଇ ହେବ ଵୋଲି  ରାଜନୈତିଗ୍ୟ ମାନେ ମତପ୍ରକାଶ  କରୁଛନ୍ତି।