(ସନ୍ଦେହ ରେ ବିଭାଗୀୟ ଯନ୍ତ୍ରୀ ଙ୍କ କାର୍ଯ୍ୟ )

କେସିଙ୍ଗା ; (ପ୍ରୀତେଶ ପଟେଲ)ନିର୍ବାଚନ ଆସିଲେ ରାଜ୍ୟ ୨୫ ବର୍ଷ ର ସରକାର ନୂଆ ନୂଆ ଯୋଜନା ନେଇ ଲୋକଙ୍କ ପାଖକୁ ଯାଇଥାନ୍ତି ।ଆଗରୁ ବିଜୁ ଯୁବ ବାହିନୀ ,ପିଠା ଓ ଆମ ଗାଁ ଆମ ବିକାଶ ଭଳି ଯୋଜନା ଥିବା ବେଳେ ୨୦୨୪ ନିର୍ବାଚନ ପୂର୍ବରୁ ଘୋଷଣା ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା ।ଏହି ଯୋଜନା ରେ ଗ୍ରାମ ପଞ୍ଚାୟତ ର ଭୋଟର ଙ୍କ ଟାର୍ଗେଟ କରି ପ୍ରତି ପଞ୍ଚାୟତ ର ଉନ୍ନତୀ ମୂଳକ କାମ ପାଇଁ ୫୦ /୫୦ ଲକ୍ଷ ଅନୁଦାନ ଘୋଷଣା ହେଲା ।କିନ୍ତୁ ଏହି ଯୋଜନା ଜେ କେବଳ ଠିକାଦାର ପୋଷା ଯୋଜନା ଓ ଅଫିସର ଙ୍କ ପିସି ଯୋଜନା ରେ ପରିଣତ ହୋଇଛି ,ତାହା କହିବା ଠିକ୍ ହେବ ।

ଏହି ଯୋଜନା ରେ ସରକାରୀ ଟଙ୍କା ର କେମିତି ଅପବ୍ୟବହାର କରାଯାଇ ପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି , ତୁର୍ଲା ଖମନ୍ ପଞ୍ଚାୟତ ରେ ତିଆରି ହେଉଥିବା ଯାତ୍ରୀ ବିଶ୍ରାମ ଗାର । ତୁର୍ଲା ଖମନ୍ ଗାଁ ଜାତୀୟ ରାଜପଥ 59 ସହିତ ଯୋଡି ହୋଇଥିବା ଛକ ଠାରେ ନିର୍ମାଣ ଧୀନ ଏହି ବିଶ୍ରାମ ଗୃହ କୁ ନେଇ ଉଠୁଛି ପ୍ରଶ୍ନ ।କାହା ସ୍ୱାର୍ଥରେ ୪୦୦୦୦୦ ଟଙ୍କା ର ଏହି ବିଶ୍ରାମ ଗୃହ ତିଆରି ହେଉଛି ।କାରଣ ଏହି ଯେତେ ବେଳେ ସରକାର ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ଘୋଷଣା କଲେ ସମସ୍ତ ଗ୍ରାମ ପଞ୍ଚାୟତ ରେ ଗୋଟିଏ ଗୋଟିଏ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଆଦେଶ ଦେଲେ ।ଯେଉଁ ବସ୍ ଷ୍ଟାଣ୍ଡ ଗୁଡ଼ିକ ଯାତ୍ରୀ ମାନଙ୍କ ବିଶ୍ରାମ ପାଇଁ ଉଦ୍ଦିଷ୍ଟ ।

ଅନୁରୂପ ଭାବେ ତୁର୍ଲାଖମନ୍ ଗ୍ରାମ ପଞ୍ଚାୟତ ର ମୁଖ୍ୟ ଛକ ରେ ମଧ୍ୟ ବସ୍ ଷ୍ଟାଣ୍ଡ ତିଆରି କରା ଯାଇଛି ଯାହା କି ବର୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ନାହିଁ ।୬ ଲକ୍ଷ ଟଙ୍କା ବିନି ଯୋଗ ରେ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଉଛି ।ଯାହା ପାଖା ପାଖି ୮୦ ଭାଗ କାମ ଶେଷ ହେଇ ସାରିଲାଣି ।କିନ୍ତୁ ଏହି ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ନ ସରୁଣୁ କାହିଁକି ଆଉ ଏକ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଉଛି । ଗତ କିଛି ଦିନ ହେଲା ଏହି ବିଶ୍ରାମ ଗୃହ ନିର୍ମାଣ କାମ ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି ।ଏହି ନିର୍ମାଣ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।ଗୋଟିଏ ଛକ ରେ କାହିଁକି ଦୁଇ ଦୁଇ ଟି ବିଶ୍ରାମ ଗୃହ ତିଆରି କରାଗଲା ଏହାକୁ ନେଇ ପ୍ରଶ୍ନ ଉଠୁଛି ।

ଏହି ୪ ଲକ୍ଷ ଟଙ୍କା ଅନ୍ୟ କୌଣସି କାମରେ ବ୍ୟବହାର ହୋଇ ,ଉନ୍ନତି କାମରେ ସହାୟକ ହୋଇ ଥାନ୍ତା ।କିମ୍ବା ପଞ୍ଚାୟତ ର ଅନ୍ୟ କେଉଁ ଜାଗାରେ ମଧ୍ୟ ନିର୍ମାଣ କରାଯାଇ ଥିଲେ ଭଲ ହୋଇଥାନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ବିଭାଗୀୟ ଯନ୍ତ୍ରୀ ଚାହିଁ ଥିଲେ ଏହି ଟଙ୍କା କୁ ଅନ୍ୟ କାର୍ଯ୍ୟ ରେ କିମ୍ବା ଏହି କାମକୁ ଅନ୍ୟ କୌଣସି ସ୍ଥାନରେ କରି ପାରି ଥାନ୍ତେ।କିନ୍ତୁ ସେ କାହିଁକି ଏପରି କଲେ ନାହିଁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଜାଣି ଶୁଣି ଠିକାଦାର ଙ୍କ ସହିତ ମିଶି ୪୦୦୦୦୦ ଟଙ୍କା କୁ ବରବାଦ କରିଦେଲେ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ସାଜିଛି ।ଠିକାଦାର ପୋଷା ନୀତି ଓ ପିସି ରେ ନିଜ ପକେଟ ଗରମ କରିବା ପାଇଁ ୪୦୦୦୦୦ ଟଙ୍କା କୁ ବ୍ୟବହାର କରିଥିବା ଚର୍ଚ୍ଚା ହେଉଥିବା ବେଳେ , ବି ଡି ଓ ତୁରନ୍ତ ଏହି କାମ ର ତର୍ଜମା କରି ପଦକ୍ଷେପ ନେବା ସହିତ ଯଦି ସମ୍ଭବ ଏହି କାର୍ଯ୍ୟ କୁ ବନ୍ଦ କରି ଅନ୍ୟ କାମରେ ବଳକା ଟଙ୍କା କୁ ବ୍ୟବହାର କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି ।