ହରଭଙ୍ଗା (ଚିତ୍ତରଞ୍ଜନସିଂ) ଆଜି ହେଉଛି ମହା ବିଷୁବ ସଂକ୍ରାତି ବା ପଣା ସଂକ୍ରାତି l ଏହି ଦିନ ହିନ୍ଦୁ ଶାସ୍ତ୍ର ପାଞ୍ଜି ଅନୁଯାଇ ନୂତନ ବର୍ଷ ର ଶୁଭାରମ୍ଭ ହୋଇଥିବା ବେଳେ ବିଷୁବ ସଂକ୍ରାତି ପାଇଁ ଗାଁ ଗଣ୍ଡା ଉତ୍ସବ ମୁଖର ହୋଇପଡିଛି l ସେହିପରି ବୌଦ୍ଧ ଜିଲ୍ଲା ରେ ଧୁମଧାମ ରେ ପାଳିତ ହୋଇଯାଇଛି ପଣା ସଂକ୍ରାତି l ଘରେ ଘରେ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା ପରେ ପଣା ଭୋଗ ଲାଗି ହେଲା ପରେ ପରିବାର ସହ ପଣା ତିଆରି ମଜା ନେଇଥାନ୍ତି ଲୋକେ l ଅନ୍ୟପଟେ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ମେରୁ ଯାତ୍ରା ବା ଦଣ୍ଡ ଯାତ୍ରା ର ଅନ୍ତିମ ଦିବସ ଅନୁଷ୍ଠିତ ହେଉଥୁବା ବେଳେ ତିଳେଶ୍ୱର ଠାରେ ପାରମ୍ପରିକ ଲୋକ ଦଣ୍ଡ ନୃତ୍ୟ ବା ମେରୁ ଯାତ୍ରା ମଧ୍ୟ୍ୟ ମହାସମାରୋହ ରେ ପାଳିତ ହୋଇଥିଲା l

ଦଣ୍ଡୁଆ ମାନେ ମଧ୍ୟାହ୍ନ ଖରା ରେ ଛତି ଛତ୍ର ବାନା ଢୋଲ, ନିଶାନ ସହ ଦଣ୍ଡୁଆଳୀ ନୃତ୍ୟ ଗୀତ ଦ୍ୱାରା ଶିବ ଓ କାଳି ଙ୍କୁ ନେଇ ମେରୁ ଘର ପର୍ଯ୍ୟନ୍ତ ପହଂଚିଥିଲେ l ସେଠାରେ ଦଣ୍ଡ ନୃତ୍ୟ ର ଷୋଳ ଶୁଆଙ୍ଗ ଅଭିନୟ କରିସରିବା ପରେ ପଣା ଭୋଗ ଲାଗି ହୋଇଥିଲା l ପରେ ଦଣ୍ଡୁଆମାନେ ପ୍ରସାଦଭାବେ ପଣା ଗ୍ରହଣ କରିଥିବା ବେଳେ ଏହି ପଣା ସଂକ୍ରାତି ପର୍ବ ଅବସରରେ ସାଧାରଣ ଦର୍ଶକ ଙ୍କୁ ମଧ୍ୟ୍ୟ ପଣା ବଣ୍ଟନ ବ୍ୟବସ୍ଥା ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ କରାଯାଇଥିଲା l

କାର୍ଯ୍ୟକ୍ରମ ରେ ଆସୋସିଏସନ ର ସଭାପତି ବନମାଳୀ ପ୍ରଧାନ, ସମ୍ପାଦକ ଭାଗବତ ମେହେର, ଉପ ସଭାପତି ଶାଶ୍ୱତ ଦାସ, ସହ ସମ୍ପାଦକ ସିମୁନ ନାଏକ,ଙ୍କ ସମେତ ବିଭୁଦତ ବୋଷ, ସୁଶାନ୍ତ ବେହେରା, ଅକ୍ଷୟ ମହାକୁଡ଼ , ପ୍ରଭାତ ନାୟକ ସହଯୋଗ କରିଥିବା ବେଳେ ସେହିପରି ହରଭଙ୍ଗା ଠାରେ ମେରୁ ଯାତ୍ରା ପାଳିତ ହୋଇଯାଇଥିଲା l ଏହି ମେରୁ ଯାତ୍ରା ଠାରେ ହଜାର ହଜାର ଭକ୍ତ ଯୋଗ ଦେଇଥିବାବେଳେ ମା ରୁଦ୍ର କାଳୀଙ୍କ ଦଣ୍ଡ ଯାତ୍ରା ଦେଖିବାକୁ ପ୍ରବଳ ଖରା ସତ୍ତ୍ୱେ ବହୁ ଭକ୍ତ ଏବଂ ମାନସିକଧାରୀ ଯୋଗଦେଇଥିଲେ l ହରଭଙ୍ଗା ସାଇସେବାସଦନ ପକ୍ଷରୁ ଭକ୍ତ ଓ ଜନସାଧାରଣ ମାନଙ୍କୁ ଦହି ପଣା ବଣ୍ଟନ କରାଯାଇଥିଲା l ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ହରଭଙ୍ଗା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା l