ଟିଟିଲାଗଡ – (ସଞ୍ଜୟ କୁମାର ନାୟକ)ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ନୂତନ ନୂତନ ପାଠ୍ୟକ୍ରମ ଯୋଡି ହେଉଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ସେହି ପାଠ୍ୟକ୍ରମକୁ ନୂତନ ଢଙ୍ଗରେ ପଢେଇ ହେବ ସେ ଦିଗରେ ଏକ ସୁନ୍ଦର ପଦକ୍ଷେପ ସ୍ଥାନୀୟ ପିପଲ ପଦର ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ରବିବାର ଦିନ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଂଚଳରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆସି ଯୋଗ ଦେଇଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୁର୍ବରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା। ଏହି ଅବସରରେ ସିବିଏସଇ, ସିଓଇ ଭୁବନେଶ୍ୱର ତରଫରୁ ମୁଖ୍ୟ ବକ୍ତା ଭାବେ ଶ୍ରୀ ଆଲୋକ କୁମାର ମହାନ୍ତି ( ଗଞ୍ଜାମ), ଡ ଜି ବିନୋଦ କୁମାର (ରାୟଗଡ଼ା) ରୁ ଆସି ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଶିକ୍ଷା ପ୍ରଦାନ କରିବେ ସେ ଦିଗରେ ଆଲୋକପାତ କରିଥିଲେ।

ସ୍କୁଲ ଅଧ୍ୟକ୍ଷା ଡ ସୁନନ୍ଦା ଜଟି, ଏଗଜି କ୍ୟୁଟିବ ଡାଇରେକ୍ଟର ଶ୍ରୀମତି ଅନିତା ସାହୁ, ସ୍କୁଲ ଭାଇସ୍ ପ୍ରିନ୍ସିପାଲ ପିତାମ୍ବର ଶର୍ମା, ଡ଼ାଇରେକ୍ଟର ଏଡମିନ ଧରିତ୍ରୀ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।