ଭୁବନେଶ୍ବର : ଓଡିଶାରୁ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଓଭରବ୍ରିଜରୁ ଖସିଲା ଯାତ୍ରୀବାହୀ ବସ୍ । ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଜାତୀୟ ରାଜପଥ ୧୬ର କୁଆଖିଆ ଛକ ନିକଟ ବାରବାଟୀ ରେ ଓଭରବ୍ରିଜରୁ ତଳକୁ ଖସିପଡିଥିଲା । ଏହି ସମୟରେ ବସରେ ୪୭ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ସନ୍ଧାନ ରୁ ଜଣା ପଡିଛି  । ଦୁର୍ଘଟଣାରେ  ୫ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।ଅଧିକ ଗୁରୁତର ଯାତ୍ରୀ ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ସ୍ଥାନୀୟଲୋକେ ଏବଂ ଧର୍ମଶାଳା ଓ କୁଆଖିଆ ଥାନା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।