ନବରଙ୍ଗପୁର ୧୨ /୦୪(ବେଣୁ ଗୋପାଳ ରାଓ) ଜୋନ ଚରେଇ ଦେବା ବାହାନା ରେ ବଳରେ ସାମିଲ୍ କରିବା ଅଭିଯୋଗ ନେଇ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ।ଗତ ଦୁଇଦିନ ପୂର୍ବେ ନବରଙ୍ଗପୁର ବିଧାୟକ ଙ୍କ ଉପସ୍ଥିତିରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥୁଲା ଏହି ମିଶ୍ରଣ ପର୍ବ ରେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଓ ନବରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌରି ମାଝୀଙ୍କ ଗ୍ରାମ ମେଷ୍ଟ୍ରି ପଞ୍ଚାୟତ ର ନାଏକ ସରପଞ୍ଚ ରଶ୍ମିତା ସାହୁ ଙ୍କ ସହ ହୀରାମଣି ମାଝୀ, ବଇତା ମାଝୀ, ସୁରଭି ଚାଲାଣ, ତାଳୀମ ମାଝୀ, ଦମୟନ୍ତୀ ବିଷୋୟୀ, ଆସମତି ସାହୁ, ରାଜେଶ ପୂଜାରୀ . ବୈଦ୍ୟନାଥ ସାହୁ, ରାଜୁ ରହିଶ ବାଗ ଏହି ମିଶ୍ରଣ ପର୍ବ ରେ ଯୋଗଦାନ କରିଥିଲେ । କିନ୍ତୁ

ଆଜି ବିଜେପି ର ବଳୀୟ କାର୍ଯ୍ୟାଳୟ ରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ ଓ ନବରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌରି ମାଝାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ବିଜେପି ମିଶ୍ରଣ ପର୍ବରେ ସେମାନେ ବିଜେଡି ଛାଡି ବିଜେପି ରେ ଯୋଗଦାନ କରିଛନ୍ତି । ତେବେ ନବରଙ୍ଗପୂର ବିଧାୟକ ଓ କର୍ମୀମାନେ ସେମାନଙ୍କୁ SHG ଗ୍ରୁପ ରେ ରଣ କରେଇବା ପାଇଁ କହି ସେମାନଙ୍କ ଅଜାଣତରେ

ବିଜେଡି ଦଳୀୟ କାର୍ଯ୍ୟାଳୟ କୁ ନେଇ ସେମାନଙ୍କୁ ବିଜେତିରେ ସାମିଲ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନେ ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ଯାହା ବର୍ତ୍ତ ମାନ ନବରଙ୍ଗପୁର ରାଜନୀତି ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଆଜି ର ଏହି କାର୍ଯ୍ୟକ୍ରମ ରେ କାହୁ ଦାସ୍, ସର୍ମିଷ୍ଟା ସିଂ ଦେଓ ଓ ଅନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।