ଢେଙ୍କାନାଳ  :  (ଶୁଭମ ପାଣି )ଢେଙ୍କାନାଳ ମୀନା ବଜାର ସ୍ଥିତ ଜାମା ମସଜିଦ ରେ ଇଦ୍-ଉଲ୍-ଫିତର୍ ବହୁ ଆଡମ୍ବର ସହକାରେ ପାଳନ ହୋଇଯାଇଅଛି। ଦୀର୍ଘ ଏକ ମାସ ରୁ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ ମାନେ ରମଜାନ ମାସରେ ଉପବାସ( ରୋଜା) ପାଳନ କରିଥିଲେ। ଗତ କାଲି ରମଜାନ ମାସର ସମାପ୍ତି ପରେ ଆଜି ଇଦ୍ ପର୍ବ ପାଳନ କରିଛନ୍ତି। ସକାଳ ୯ ଘଣ୍ଟା ସମୟରେ ଜାମା ମସଜିଦ ରେ ସମୂହ ନମାଜ ପାଠ କରାଯାଇଥିଲା।ଜାମା ମସଜିଦ ର ଇମାମ୍ ମୌଲାନା ଜନାବ୍ ମୁଦ୍ଦାସ୍ସିର୍ ସାହାବ୍ ନମାଜ ପାଠ କରାଇଥିଲେ ଓ ସମସ୍ତ ବିଶ୍ଵ ରେ ଶାନ୍ତି ପ୍ରତିଷ୍ଠା ଓ ଭାଇଚାରା ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା ଓ ଦୁଆ କରାଯାଇଥିଲା ଏବଂ ନମାଜ୍ ଶେଷରେ ପ୍ରତ୍ୟେକ ବ୍ୟକ୍ତି ପରସ୍ପର କୁ ଆଲିଙ୍ଗନ ଓ କରମର୍ଦ୍ଦନ କରି ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ।

ପ୍ରାର୍ଥନା ସଭାରେ ସହର ର ସମସ୍ତ ମୁସଲିମ ଭାଇ ମାନଙ୍କ ସହିତ ଜାମା ମସଜିଦ ପରିଚାଳନା କମିଟିର ସଭାପତି ଜନାବ୍ ସମଦ୍ ବେଗ୍, ଉପ-ସଭାପତି ହାଜି ଜନାବ୍ ଅଫଜଲ୍ ମହମ୍ମଦ୍ ସାହାବ୍, ସମ୍ପାଦକ ଜନାବ୍ ହସରତ୍ ହୁସେନ୍,ଉପ-ସମ୍ପାଦକ ଜନାବ୍ ନୁରୁଲ୍ ଇସଲାମ୍, ହାଜୀ ଜନାବ୍ ଆବିଦ୍ ସାହାବ୍, ଜନାବ୍ ମୁନିର୍ ବେଗ୍ ସାହାବ୍, ଜନାବ୍ ସଫିର୍ ଅଲ୍ଲୀ ସାହାବ୍, ହାଜି ଜନାବ୍ ଅମଜାଦ ସାହାବ୍,ହାଜି ଜନାବ୍ ସରୱର୍ ସାହାବ୍,ଅନହାର୍ ଅଲ୍ଲୀ,ରହେବର୍ ଅଲ୍ଲୀ, ୱାସିମ୍ ବେଗ୍,ମିର୍ଜା ମୁନିବ୍ ବେଗ୍, ଜନାବ୍ ଆର୍ଜୁ ହୁସେନ, ନୁରୁଲ୍ ମୁସତକିମ୍, ନୁରୁଲ୍ ମୁର୍ସଲିନ୍, ହାଫିଜ୍ ଜାକିର୍ ସାହାବ୍, ହାଫିଜ୍ ଅବରାର୍ ସାହାବ୍, ହାଫିଜ୍ ଅହେମଦ୍ ସାହାବ୍ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାର୍ଥନା ସଭାରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଧୀର ସାମଲ ମହୋଦୟ ମଧ୍ୟ ଉପସ୍ଥିତ ଥିଲେ।