(ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଣୀସାହି ରେ ପହଞ୍ଚି ପାରିନି ସରକାରୀ ଯୋଜନା)

ହରଭଙ୍ଗା : (ଚିତ୍ତରଞ୍ଜନସିଂ)ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଣୀସାହି ରେ ପହଞ୍ଚି ପାରିନି ସରକାରୀ ଯୋଜନା । ସତେ ଯେମିତି ସରକାର ଙ୍କ ସାବତ ଗାଁ ?? ଏହା କହୁଛନ୍ତି ଉକ୍ତ ଅଞ୍ଚଳର ଅଧିବାସୀ । ଗାଁ କୁ ନାହିଁ ନିତିଦିନିଆ ରାସ୍ତା, ସହିତ ବିଦ୍ୟୁତ ଓ ପାନୀୟ ଜଳ। ଶିକ୍ଷା ର କଥା ନ କହିବା ଭଲ। କିଛି ନାହିଁ ନାହିଁ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଉପାନ୍ତ ଆଦିମ ଅଧବାସୀ ତଳଗାଁ ପଞ୍ଚାୟତ ର ରାଣୀସହି ର ବାସ୍ତବ ଚିତ୍ର ଏହା ବୟାନ କରୁଛି। ବୌଦ୍ଧ- ନୟାଗଡ଼ ସୀମାନ୍ତ ବଣ ପାହାଡ ଘେରା ଆଦିମ ଜନ ବସତି ରାଣୀସlହି ଗାଁ ଏହି ଗାଁ ଟି ବୌଦ୍ଧ ଜିଲ୍ଲା ର ସୀମାନ୍ତ ହୋଇଥିବା ବେଳେ ବ୍ଲକ୍ ର ତଳଗାଁ ପଞ୍ଚାୟତ ରୁ ବଣ ପାହାଡ ଦେଇ ଦୀର୍ଘ ୧୨  କି.ମି ଘାଟି ରାସ୍ତା ରେ ଯିବାକୁ ପଡେ ଏହି ଗାଁ କୁ ।

ଉକ୍ତ ଗାଁ ରେ ଗୁତ୍ତୀବିଡା, ଗୁରୁଡ଼ି,ନେଡିଗୁଡା, ଭଳି ୪ଗୋଟି ସାହି କୁ ନେଇ ଗଠିତ ଗାଁ ରେ ପ୍ରାୟ ୧ooଗୋଟି ପରିବାର ଆଦିମ ଅଧିବାସୀ ହରିଜନ ଓ କନ୍ଧ ସମ୍ପ୍ରଦାୟ ଆବାହନ କାଳରୁ ବସବାସ କରୁଥିବା ବେଳେ ସ୍ଵାଧୀନତା ର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁ ରାସ୍ତା ର ଅସୁବିଧା ପାଇଁ ଯାଇ ପାରୁନି ୧୦୮ ଆମ୍ବୁଲାନ୍ସ ତତ ସହିତ ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ରୁ ବଞ୍ଚିତ ଗୁରୁଡି ସାହି l ପ୍ରାଥମିକ ବିଦ୍ୟାଳୟ ଗୃହ ସମ୍ମୁଖ ରେ ଥିବା ଉତ୍ସ ନଳକୂପ ରୁ ବର୍ଷ ରୁ ୬ ମlସ ଗୁଣ୍ଡ ମିଶ୍ରିତ ପାଣି ବାହାରୁ ଥିବା ବେଳେ ବାକି ୬ ମାସ ପାଣି ନାହିଁ ।

ବିଦ୍ୟାଳୟ ପରିସର ଭିତରେ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ପର୍ଯ୍ୟନ୍ତ ଭଗ୍ନ ଓ ଅବହେଳିତ ଅବସ୍ଥାରେ ଥିବା ବେଳେ ଏହି କେନ୍ଦ୍ରରେ କମଳ ମୋତି ଶିଶୁଙ୍କୁ ସରକାର ଙ୍କ ଉତ୍ତମ ମାନର ଖାଦ୍ୟ ବ୍ୟବସ୍ଥା, ଶିକ୍ଷା ଉପରେ ଦୀର୍ଘ ୪ ମାସ ରେ ଥରେ ନିଯୁକ୍ତି ଥିବା ଶିକ୍ଷୟତ୍ରୀ ଆସୁଥିବାର ଅଭିଯୋଗ ହୋଇଆସୁଛି ତେଣୁ ଉକ୍ତ ଘଟଣା କୁ ନେଇ ଗଣମାଧ୍ୟମ ପ୍ରତିନିଧୀ ଜନସାଧାରଣ ଙ୍କ ସହିତ ଆଲୋଚନା କରିଥିଲେ l ଗତ ମାସରେ ଜିଲ୍ଲା ପାଳ ଜେ ସୋନାଲ ଏହି ଅଞ୍ଚଳ ପରିଦର୍ଶନ ରେ ଯାଇଥିବା ବେଳେ ଅଞ୍ଚଳ ର ଜନସାଧାରଣ ଙ୍କ ମୌଳିକ ସମସ୍ୟା ତୁରନ୍ତ ସମାଧାନ ନ କଲେ ଆଗାମୀ ସାଧାରଣ ନିର୍ବାଚନ ରେ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ଉକ୍ତ ଅଞ୍ଚଳ ଅଧିବାସୀ l