ଧର୍ମଗଡ଼:୧୦/୪/୨୪ ( ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର MCH ସମ୍ମୁଖରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ମୁକୁଳା ଡ୍ରେନ ରେ ଢାଙ୍କୁଣି ଦାବିକରି ଆଜି ଧର୍ମଗଡବାସୀ ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧର୍ମଗଡ ଠାରେ କୋଟିକୋଟି ଟଙ୍କା ବ୍ୟୟରେ MCH ନିର୍ମାଣ କରାଯାଇଥିବା ବେଳେ ତାର ସମ୍ମୁଖରେ ଥିବା ଡ୍ରେନ ନିର୍ମାଣ ଏବଂ ଏହାର ସୁରକ୍ଷା ପାଇଁ ବିଭାଗ କର୍ଣାପାତ କରୁନାହାନ୍ତି ।ଏଣୁ ଆଜି ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ନେତୃତ୍ଵରେ ସ୍ଥାନୀୟ ଜନସାଧାରଣ  ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କୋଟି କୋଟି ଟଙ୍କା ବ୍ୟୟରେ MCH ନିର୍ମାଣ ହୋଇଥିଲେ ହେଁ ଖରାଦିନରେ ଅସରାଏ ବର୍ଷା ହେଲେ ପାଣି ଗଲୁଛି ତେବେ ବର୍ଷା ଦିନରେ ଏହାର ଅବସ୍ଥା କଣ ହେବ ଓ ଏଥିରେ ହୋଇଥିବା ନିମ୍ନ ମାନର କାମର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ ହୋଇଛି । ପୁନଶ୍ଚ  ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ MCH ସମ୍ମୁଖରେ ଥିବା ଡ୍ରେନ ରେ ଢାଙ୍କୁଣି ନିର୍ମାଣ କରାଯାଇ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି।ଏହାର ଶୀଘ୍ର ପ୍ରତିକାର ନକଲେ ପ୍ରତିବାଦ ସ୍ୱର ତୀବ୍ର ରୂପ ନେବ ଓ ଆମରଣ ଅନଶନ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।  ପୂର୍ତ୍ତ ବିଭାଗ ତରଫରୁ ସମସ୍ତ  ସମସ୍ୟାର ସମାଧାନ ପାଇଁ ଆଶ୍ଵାସନା ଦେବା ପରେ ବିକ୍ଷୋଭକାରୀମାନେ ଅଫିସ ସାମ୍ନାରୁ ହଟିଥିଲେ ।