ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାରେ ଓଡିଶା ର ସର୍ବ ବୃହତ ଦୀର୍ଘତମ ନଦୀ ମହାନଦୀ ଦୀର୍ଘ ପ୍ରାୟ 110 କିଲୋମିଟର ପ୍ରବାହିତ ହେଉଥିବା ବେଳେ ଜଳଚର ପ୍ରାଣୀ ଅସୁରକ୍ଷିତ ରହୁଛନ୍ତି l ବିଶେସକରି ମାଛ ମାରିବା ପାଇଁ ଅବାଧ୍ୟ ଦିନମାଇଣ୍ଟ ବିସ୍ଫୋଂରକ ବୋମା, ସାରାୟନିକ, ସାର କୀଟନାଶକ ଔଷଧ ବ୍ୟବହାର କରୀ ମହା ନଦୀରେ ମାଛ ମରାଯାଉଛି l ଯାହା ଫଳରେ ମହାନଦୀର ଜଳ ବିଷାକ୍ତ ହେବା ସହିତ କୃତ୍ରିମ ରୋଗ, ପାନୀୟ ଜଳ ଦୂଷିତ ଓ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପଡୁଛି l

ଉକ୍ତ ସମସ୍ତ ତଥ୍ୟ ଆଧାର ରେ ମଙ୍ଗଳବାର ଦିନ ମହାନଦୀର ଜଲଚର ପ୍ରାଣୀ ଘଡ଼ିଆଳ କୁମ୍ଭୀର ର ବଂଶ ରକ୍ଷା ଏବଂ ସୁପରିବେଶ ଉପରେ ଭିତ୍ତି କରୀ ନନ୍ଦନ କାନନ ରିସର୍ଚ୍ଚ ଟିମ ର ଘଡ଼ିଆଳ ଏକ୍ସପୋର୍ଟ ନନ୍ଦନ କାନନ ର ଅlଶାହର ରାଜ ଖାଁ ଓ ବୌଦ୍ଧ ବନ ବିଭାଗ ଅଧିକାରୀ ଦେବ ପ୍ରିୟ କମ୍ପୋ ଙ୍କ ନିର୍ଦେଶ କ୍ରମେ ଫରେଷ୍ଟର ପ୍ରକାଶ କୁମାର ପ୍ରଧାନ ଏବଂ ଟିମ ଦୀର୍ଘ ବର୍ଷରୁ ଯାତାୟତ କରୁଥିବା ଘଡ଼ିଆଳ କୁମ୍ଭୀର ଙ୍କ ବାସସ୍ଥଳୀ ହରଭଙ୍ଗା ବ୍ଲକ ମହାନଦୀର ଘାଟ କରଡ଼ି ଓ ମଙ୍ଗଳପୁର ଘାଟ ପର୍ଯ୍ୟନ୍ତ ଏକ ମାଛ ମରାଡ଼ଙ୍ଗା ରେ ମହାନଦୀ ଜଳ ର ଉଷ୍ଣତା, ସ୍ୱଚ୍ଛତା, ଦୂଷିତ ଓ ପ୍ରଦୂଷିତ ବା କୁମ୍ଭୀର ପାଇଁ ପ୍ରତିକୂଳ ପରିବେଶ କି ନାହିଁ ତାହା ଉପରେ ଗବେଷଣା କରିଥିବା ଖବର ଆସିଛି l

ଏହା ବାବଦରେ ରିସର୍ଚ୍ଚ ଟିମ କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ପର ହୋଇ ନ ଥିଲା l କିନ୍ତୁ ମହାନଦୀ ନିକଟ ବର୍ତ୍ତୀ ଜନ ସାଧାରଣ ଙ୍କ ମତ ଅନୁଯାଇ ଦୀର୍ଘ ବର୍ଷ ଧରି ଘଡ଼ିଆଳ କୁମ୍ଭୀର ବର୍ଷା, ଶୀତ, ଗ୍ରୀଷ୍ମ ଋତୁ ରେ ପ୍ରତିକୂଳ ପରିବେଶ ମହାନଦୀର ହରଭଙ୍ଗା ବ୍ଲକ ର କରଡ଼ି, ମଙ୍ଗଳପୁର, ରାମଗଡ ପର୍ଯ୍ୟନ୍ତ ରହି ଆସୁଅଛି l କିନ୍ତୁ ବର୍ଷl ଋତୁ କୁ ଛାଡି ପ୍ରାୟ ବର୍ଷକୁ୮ ମାସ ଧରି ଏହି ମହାନଦୀ ଅବବାହିକରେ ଥିବା ଗାଁ ଗୁଡିକ ରେ ବିଷାକ୍ତ ଦିନମାଇଣ୍ଟ ବିସ୍ଫୋରକ , ବିଷାକ୍ତ କୀଟନାଶକ ଔଷଧ,ବିଷାକ୍ତ ସାର ବିକ୍ରି ହୋଇ ଚାଲିଛି ଏହାର ସୁଯୋଗ ରେ ମହାନଦୀ ରେ ଏହି ରାସାୟନିକ ବ୍ୟବହାର ହେଉଛି ଓ ଜଳଚର ଯିବ ବଂଶ ଲୋପ ପାଇବା ସହିତ ଅସ୍ୱରକ୍ଷିତ ହେଉଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ଆରୋପ ଲଗାଇ ଲେ ମହାନଦୀ ଜଲଚର ପ୍ରାଣୀ ସହିତ ମାନବ ସମାଜ ବିଷାକ୍ତ ଜଳ ସଙ୍କଟ ରୁ ରକ୍ଷା ପାଇବେ ବୋଲି ବୁଦ୍ଧିଜୀବୀ, ପ୍ରାଣିବିତ ମତରେ ଉଦବେଗ ପ୍ରକାଶ ପାଉଛି