ବୌଦ୍ଧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ମଙ୍ଗଳ ବାର ସକାଳୁ ସକାଳୁ ଘଟିଛି ଏକ ଦୁର୍ଘଟଣା l ଦୁର୍ଘଟଣା ରେ ଜଣେ ମୃତ ଥିବା ବେଳେ ଅନ୍ୟଜଣେ ଗୁରୁତର l ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି କାମରେ ବାଇକ ଯୋଗେ ଯାଉଥିବା ବେଳେ ଏହି ସମୟରେ ଲକ୍ଷ୍ମୀ ବସ୍ ଟି ଦିଗ ପରିବର୍ତନ ପାଇଁ ବସ ପଛ ଘୁଞ୍ଚାଦେଉଥିଲା l

ଯାହା ଫଳ ରେ ବସ ଟି ଫଳରେ ବାଇକ ପଛ ପଟରୁ ଧକ୍କା ହୋଇଥିଲା l ଧକ୍କାରେ ବାଇକର ଦୁଇ ଜଣ ଆରୋହୀ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନା ପଠାଇଥିଲେ I କଣ୍ଟାମାଳ ସ୍ୱାସ୍ଥକେନ୍ଦ୍ରରେ ବାଲ୍ମୀକି ମହନନ୍ଦିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ i ପ୍ରଶାନ୍ତଙ୍କୁ ସୋନପୁର ଡାକ୍ତର ଖାନାକୁ ସ୍ଥାନାନ୍ତର କରା ଯାଇଥିବା ସୂଚନl ମିଳିଛି l ଘଟଣା କୁ ନେଇ ଅଞ୍ଚଳ ରେ ରାସ୍ତା ଘାଟ ଯାମ ହେବାସହ ଉତେଜନା ପ୍ରକାଶ ପାଇଥିଲା l ଖବର ପାଇ ସ୍ଥନୀୟ ପୋଲିସ ପହଁଚି ଉତେଜନା ନିଅନ୍ତ୍ରଣ କରିଥିବା ଜଣାପଡ଼ିଛି l