ବିଷମକଟକ/ମୁନିଗୁଡା :  (ସ୍ଵାତୀ ଦାସ/ରମାକାନ୍ତ ପୋଡାଲ ) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତର ଶକଟା ଡେମ୍ ନିକଟସ୍ଥ ଥିଵା ମାଁ ଵାମିଣୀ ମୁଣ୍ଡା ଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପୁରଷ ଅମଳ ରୁ ଵା ତଟରାଜ ଅମଳରୁ ଵାମିଣୀ ମୁଣ୍ଡା ଦେବୀ କୁ ଅଞ୍ଚଳ ର ଲୋକ ପୂଜା କରି ଆସୁଛନ୍ତି। ମାଁ ଵାମିଣୀ ମୁଣ୍ଡା ଦେବୀଙ୍କୁ ପୂଜା ତିନି ବର୍ଷ କୁ ଥରେ ଏହି ପୁଜା ହୋଇଥାଏ। ବିଭିନ୍ନ ଅଞ୍ଚଳର ଵା ଦୁର ଦୁରାନ୍ତର ଭକ୍ତ ଶ୍ରଦ୍ଧାଳୁମାନେ ଆସି ପୁଜା ଅର୍ଚ୍ଚନା କରି ଥାନ୍ତି ଏହି ମାଁଙ୍କ ପାଖରେ ବିଭିନ୍ନ ପ୍ରକାର ମାନସିକ ଧାରୀ ମାନେ ପୁରଣ ହେଲେ ନଡ଼ିଆ ଧୁପ ଦିପ ଛେଳି ମେଣ୍ଢା କୁକୁଡା ପୋଡ଼ ପାରା ସେହି ଭଳି ବିଭିନ୍ନ ପ୍ରକାର ମା’ଙ୍କୁ ବଳୀ ଦେବୁ ବୋଲି ଆସା ଓ ବିଶ୍ଵାସ ର ସହିତ ପୂଜା କରିଥାନ୍ତି । ତିନିବର୍ଷ କୁ ଥରେ ମାନତ ପୁରଣ ହେଲେ ତାହା ଆଣି ଯାତ୍ରା କରି ଦେବୀଙ୍କ ପାଖରେ ବୋଲି ଆକାରରେ ଚଢ଼ାଇ ପୂଜା କରିଥାନ୍ତି । ଯେଉଁ ସ୍ଥାନରେ ବାମୁଣି ଦେବୀ ପୂଜା ପାଉଥିଲେ ସେହି ଯାଗାରେ ହିଁ ହଠାତ୍ ।

ଚାଷୀ ମାନଙ୍କ ଉନ୍ନତି ନିମନ୍ତେ ଏକ ଜଳଭଣ୍ଡାର ଯୋଜନା ଜଳସେଚନ ପ୍ରକଳ୍ପ ବିଭାଗ ତରଫରୁ ଜଳସେଚନ ପ୍ରକଳ୍ପ ସକଟା ଡେମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥଲା ଏଥି ପୂର୍ବରୁ ସେହି ସମୟରେ ପ୍ରଥମେ ସେହି ଯାଗାରେ ହିଁ ଵାମିଣୀ ମୁଣ୍ଡା ଦେବୀଙ୍କ ତିନି ପିଢ଼ି ରୁ ଅଧିକ ହେବ ପୂଜାର୍ଚ୍ଚନା ଓ ଯାତ୍ରା ଅଞ୍ଚଳ ବାସୀ କରିଆସୁଥିବା ଅଞ୍ଚଳ ବାସୀ କହିବାରେ ଜଣାଯାଇଛି। ସୂଚନାରୁ ଜଣା ଯାଇଛି କିଯେ ଉକ୍ତ ଡେମ୍ ନିର୍ମାଣ ରେ ଅସୁବିଧା ହେବାରୁ ବାମିଣୀ ଦେବୀଙ୍କୁ ଯାଗାକୁ ସ୍ଥାନ ପରିବର୍ତ୍ତନ କରି ନିକଟସ୍ଥ ଡେମ୍ ତଳେ ୪୦ ମିଟର ପ୍ରାୟହେବ ମେନ୍ ରୋଡ଼ ପାଖରେ ୮/୮/ 1974 ମସିହା ରେ ସ୍ଥାପନ କରି ପୁଣି ନୁତନ ଭାବେ ପୂଜା ଆରମ୍ଭ ହୋଇଥିଲା ।

ଓ ଏବେବି ଚାଲୁରହିଛି ବୋଲି ସ୍ଥାନୀୟ ଲୋକମାନଙ୍କ ଠାରୁ ଜଣାପଡିଛି,। ସେହି ପୂଜା ପାଉଥିବା ମାଁ ବାମିଣି ଦେବୀଙ୍କ ପିଠ ପୂଜା ମଣ୍ଡପ ଟି ପୁରାତନ ହୋଇ ଜଲା ଜିର୍ନ ଅବସ୍ଥାରେ ରହିଥିବା ରୁ ପୂଜା କରିବାରେ ଅସୁବିଧା ହେବାହେତୁ ଶକଟା ଗ୍ରାମର ଓ ପୂଜା କମିଟି ତରଫରୁ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କୁ ପୂଜା ମଣ୍ଡପ ଖଣ୍ଡେ ତିଆରି କରିଦେବାକୁ ଏକ ଲେଖା ମାଧ୍ୟମରେ ଦେଇଥିବା ବେଳେ ମନ୍ତ୍ରୀ ଜଗନ୍ନାଥ ସାରାକା ମୁଁ କରିଦେବି ବୋଲି କହିଥିଲେ ସୁଦ୍ଧା ପାଞ୍ଚବର୍ଷ ବିତି ଗଲାଣି ଆଉ ନିର୍ବାଚନ ଆସିଲା ହେଲେ ଆଜି ପର୍ଯ୍ୟନ୍ତ ତାହା ବି ହେଇପାରିଲା ନାହିଁ କି କରିଦେଲେ ନାହିଁ ବୋଲି ଗଣମାଧ୍ୟମ ମ ଆଗରେ କ୍ଷୁଭ ପ୍ରକାଶ କରିଛନ୍ତି।ଏହି ମାଁ ବାମିଣୀ ମୁଣ୍ଡା ଦେବୀଙ୍କ ନିକଟକୁ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ବ୍ଲକ ର ଶ୍ରଦ୍ଧାଳୁମାନେ ବିଭିନ୍ନ ମାନତ ନିମନ୍ତେ ଆସୁଥିବା ଓ ମାନତ ପୁରଣ ହେଉଥିବା ବିଶ୍ଵାସ ରହିଛି ବୋଲି ସେବାୟତ ମାନେ ପ୍ରକାଶ କରିଛନ୍ତି।ଏଥିରେ ମୁଖ୍ୟ ଵେଜୁଣୀ ପାଳ ପୂସିକା,ପୁଜାରୀ କୁମଷ୍ଟାଡି ସିକକା,ଵାହକ କଚାଡି କୁରଶିକା,ମିଦ୍ଗ ଶିକକା,ଵାରି ଶିକକା, ଭଣ୍ଡି ଶିକକା,ମାଟି ଶିକକା ମିଣୁ କାଡ୍ରାକା,ଵାମ ଶିକକା,ଶାମ ଶିକକା କର୍ଣ୍ଣ ଶିକକା, ପୂର୍ବତନ ସରପଞ୍ଚ ମାଳତୀ କାଡ଼୍ରାକା ସହାୟତା ସହଯୋଗ କରିଥିଲେ।