ନବରଙ୍ଗପୁର ;  (ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲରେ ଅବସ୍ଥାପିତ ସିଆରପିଏଫ ବାଟାଲିୟନ ପକ୍ଷରୁ ଆଜି ଶୋର୍ଯ୍ୟ ଦିବସ ପାଳନ କରାଯାଇଛି। ସିଆରପିଏଫ ଯବାନ ଙ୍କ ଅସୀମ ଶୋର୍ଯ୍ୟ ଓ ବୀରତ୍ୱର ସ୍ମୃତିକୁ ଜୀବନ୍ତ ରଖିବା ସହ ସେମାନଙ୍କ ଚରମ ବଳିଦାନ ର ଗାଥା କୁ ସ୍ମୃତିଚାରଣ ଉଦ୍ଦେଶ୍ୟ ରେ ଏହି ଦିବସ ପାଳନ କରାଯାଇଥାଏ।

ଏହି ଅବସରରେ ରେ ସିଆରପିଫ ର ଯବାନ ମାନଙ୍କ ଗୌରବ ମୟ ଇତିହାସ ସମ୍ପର୍କ ରେ ଆଲୋଚନା କରାଯାଇ ବୀର ଶହୀଦ ମାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆଜିର ଶୋର୍ଯ୍ୟ ଦିବସ କାର୍ଯ୍ୟକ୍ରମ ରେ ସିଆରପିଫ ରେ କାର୍ଯ୍ୟରତ ସମୟରେ ନକ୍ସଲ ଆକ୍ରମଣ ରେ ପ୍ରାଣ ହରାଇ ଶହୀଦ ହୋଇଥିବା ନବରଙ୍ଗପୁର ଜିଲ୍ଲାର ପପଡାହାଣ୍ଡି ବ୍ଳକ ର ବିଜୟ ହରିଜନ ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଅମର ଆତ୍ମା ର ସଦଗତି କାମନା କରାଯାଇଛି।

ବିଜୟ ହରିଜନ ଗତ ୨୦୦୯ ରେ ଛତିଶଗଡ ର ଦାନ୍ତେ ୱାଡା ଠାରେ ନିର୍ବାଚନ କାର୍ଯ୍ୟ ରେ କର୍ତ୍ତବ୍ୟ ରତ ଥିବା ସମୟ ରେ ନକ୍ସସଲ ଆକ୍ରମଣ ର ଶିକାର ହୋଇ ବୀର ଗତି ପ୍ରାପ୍ତ କରିଥିଲେ। ଶହୀଦ ବିଜୟ ହରିଜନ ଙ୍କ ପରିବାର ବର୍ଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସିଆରପିଏଫ୍ ର କମାଣ୍ଡାଣ୍ଟ ଏନ୍ କେ କେ ପ୍ରସାଦ, ଙ୍କ ସମେତ ସିଆରପିଏଫ୍ ର ବରିଷ୍ଠ ଅଧିକାରୀ ଓ ଯବାନ ମାନେ ଉପସ୍ଥିତ ଥିଲେ।