ହରଭଙ୍ଗା : (ଚିତ୍ତରଞ୍ଜନସିଂ)ଶୈବ ଓ ଶକ୍ତି ର ଆରାଧନା ଦଣ୍ଡଯାତ୍ରା l ଚୈତ୍ର ମାସ ରେ ଗାଁ ଗାଁ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଶିବ ଓ ଶକ୍ତି l ଦଣ୍ଡ ଯାତ୍ରା ଓଡ଼ିଆ ସଂସ୍କୃତି ର ଏକ ଅନନ୍ୟ ପରମ୍ପରା ହୋଇଥିବା ବେଳେ ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼ ଗ୍ରାମ ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ମହା ସମାରୋହରେ ପାଳିତ ହୋଇଛି l

ଆୟୋଜକ କମିଟି ଙ୍କ ମତ ଅନୁଯାଇ ୫ ବର୍ଷ ପାଇଁ ପଞ୍ଚଶମ୍ଭୁ ମିଳନ ମାନସିକ କରିଥିଲେ ଓ ପ୍ରଭୁ ଙ୍କ କରୁଣାରୁ ମାନସିକ ମଧ୍ୟ ପୂରଣ ହୋଇଛି ଓ ଚଳିତ ବର୍ଷ ଚତୁର୍ଥ ପଞ୍ଚଶମ୍ଭୁ ମିଳନ କରାଯାଇଛି l ଏହି ଚତୁର୍ଥ ବର୍ଷରେ ବୌଦ୍ଧ ଜିଲ୍ଲାର ଗୋଛାପଡା ବାବା ଭୁବନେଶ୍ୱର , ଲଣ୍ଡ୍ରେଜୋର ବାବା ମହେଶ୍ୱର , ସାକୁସିଙ୍ଗl ବାବା ଧବଳେଶ୍ୱର କେଳାକଟା ର ବାବା ଚମ୍ପେଶ୍ୱର ଖଲିଆପାଲି ର ବାବା ଗୁପ୍ତେଶ୍ୱର ଙ୍କ ମହାମିଳନ ଦେଖିବାକୁ ମିଳିଥିଲା l

ଏହି ମହା ମିଳନରେ ଏକ ଭକ୍ତିମୟ ପରିବେଶ ଗ୍ରାମରେ ସୃଷ୍ଟି ହୋଇଥିଲା l ଆସନ୍ତା ବର୍ଷ ମାନସିକ ର ଶେଷ ବର୍ଷ ହୋଇଥିବା ବେଳେ ଆୟୋଜକ କମିଟିର ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ଦ୍ରୋଣ ସାହୁ ସଦସ୍ୟ ଚିତ୍ତ ସାହୁ, ବିରlଜ ବାରିକ, କୁଶ ରଣା, ହରେକୃଷ୍ଣ ରଥ, ସହଯୋଗୀ ପୂର୍ଣ୍ଣ ଚନ୍ଦ୍ର ଭୋଇ, ଶ୍ରୀପତି ଭୋଇ, ମନମୋହନ ସାହୁ, ଶ୍ରୀକର ନାଏକ, ଦେବେନ୍ଦ୍ର ଭୋଇ ଙ୍କ ସମେତ ଗ୍ରାମବାସୀ ଏହି ମହାମିଳନ ରେ ସାହାଯ୍ୟ ସହଯୋଗ କରିଥିଲେ l