କାଶୀପୁର :୬/୪  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଆଜି ରେଙ୍ଗା ଗ୍ରାମ ଠାରୁ ଖୁରି ଗାଁ ଦେଇ କାଶୀପୁର ସଦର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୮ କିମି ରୋଡ଼ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହେଇଯାଇଛି । କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ଙ୍କର ନେତୃତ୍ୱ ରେ ହେଇଥିବା ଏହି ଫ୍ଲାଗ ମାର୍ଚ୍ଚ ରେ ଥାନା ର ସବ ଇନ୍ସପେକ୍ଟର, ଏଏସଆଇ , ହାବିଲଦାର ,କନଷ୍ଟେବଳ ସମେତ ଶତାଧିକ ଆଇଆରବି ଓ ସିଆରପିଏଫ ଯବାନ ସାମିଲ ଥିବା ଦେଖିବାକୁ ମିଳିଥିଲା ।

ଏହି ଭଳି ନିୟମିତ ଫ୍ଲାଗ ମାର୍ଚ୍ଚ ହେଉ ଥିବା ବେଳେ ଗତ ତା ୪ /୪/୨୦୨୪ ରିକ ଗୁରୁବାର ଦିନ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଶୁଙ୍ଗେର, ସିଆଡ଼ି ମାଳ,ମାଣ୍ଡିବିଶି,ତଳଝିରି, ଚନ୍ଦ୍ରଗିରି, ସୁରୁଗୁଞ୍ଜା ଓ କାଶୀପୁର ଭଳି ପାଞ୍ଚଟି ଜିପି ରେ କାଶୀପୁର ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।

ମୁଖ୍ୟ ବିଷୟ ହେଲା ! ଭୌଗଳିକ ଦୃଷ୍ଟି ରୁ କାଶୀପୁର ଥାନା ଅଞ୍ଚଳ ପାହାଡ ପର୍ବତ ସମେତ ଜଙ୍ଗଲ ରେ ବେଷ୍ଟିତ ପୁଣି ଏଠାରେ ଥିବା ଅନେକ ଭୋଟ କେନ୍ଦ୍ର ସମ୍ବେଦନଶୀଳ ତଥା ଜିଲ୍ଲା ମଧ୍ୟରେ ଏହି ଥାନା ଅଞ୍ଚଳ ଆୟତନ ରେ ଅଧିକ । ଏଣୁ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏଭଳି ଫ୍ଲାଗ ମାର୍ଚ୍ଚ ନିର୍ବାଚନ ପର୍ଯ୍ୟନ୍ତ ଜାରୀରଖିବା ପ୍ରକାଶ ପାଇଥିବାବେଳେ ଆଜିର ଏହି କାର୍ଯ୍ୟକ୍ରମ ଥାନା ଅଞ୍ଚଳରେ ଏହା ତୃତୀୟ ଥର ପାଇଁ ଅନୁଷ୍ଠିତ ହେଇଯାଇଥିବା ଜଣାପଡିଛି ।ଆଜି ର ଏହି କାର୍ଯ୍ୟକ୍ରମ ରେ ଶତାଧିକ ଆଇଆରବି ଏବଂ ସିଆରପିଏଫ ଯବାନ ସମେତ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ସବ ଇନ୍ସପେକ୍ଟର ବିକାଶ ପଟେଲ, ଏଏସଆଇ ରୁଦ୍ରଦେଵ ନାଏକ , ଏଏସଆଇ ସମ ଦତ୍ତ ପ୍ରଧାନ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।