ଢେଙ୍କାନାଳ : (ଶୁଭମ ପାଣି )ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତା ରେ “ସୁବିଧା” ଆପ୍ ର ବ୍ୟବହାର ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହିତ “ସୁବିଧା” ଆପ୍ ବିଷୟରେ ସଂକ୍ଷିପ୍ତ ଧାରଣା ପ୍ରଦାନ କରିଥିଲେ l

ଏହାପରେ ଡି. ଆଇ. ସି. ଏନ. ଆଇ. ସି ଏକ ପାୱାର ପଏଣ୍ଟ ମାଧ୍ୟମରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ଏହି ଆପ୍ ମାଧ୍ୟମରେ ସିଙ୍ଗଲ ୱଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରର ନିର୍ବାଚନ ପ୍ରଚାର ଓ ପ୍ରସାର ପାଇଁ ଆବଶ୍ୟକୀୟ ଅନୁମତି ପାଇଁ ଆବେଦନ କରିପାରିବେ l ଏହା ସହିତ ଏହି ଆପ୍ ମାଧ୍ୟମରେ ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିପାରିବେ l

ଏହି ଆପ୍ ମାଧ୍ୟମରେ ରାଜନୈତିକ ଦଳମାନେ ସଭା, ଶୋଭାଯାତ୍ରା, ଡାକବାଜି ଯନ୍ତ୍ରର ବ୍ୟବହାର, ସ୍ଥାୟୀ/ଅସ୍ଥାୟୀ ହେଲିପ୍ୟାଡ଼ର ବ୍ୟବହାର, ନିର୍ବାଚନରେ ଗାଡି ର ବ୍ୟବହାର ସମ୍ବଦ୍ଧିୟ ସମସ୍ତ ବ୍ୟବସ୍ଥା ପାଇଁ ଏହି ଆପ୍ ମାଧ୍ୟମରେ ରାଜନୈତିକ ଦଳମାନେ ଆବେଦନ କରିପାରିବେ lଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ତଥା ଜାତୀୟ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ l