ବୌଦ୍ଧ ( ଚିତ୍ତ ରଞ୍ଜନ ସିଂ ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା କଟକ ଠାରେ ଉତ୍କଳ ଦିବସ ଓ ନୂତନ ଶିକ୍ଷା ବର୍ଷ ର ପ୍ରଥମ ଦିନୋତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଉତ୍ସବ ବିଦ୍ୟାଳୟ ର ନୂତନ ବୈ।ଦ୍ଧିକ ମଣ୍ଡପ ରେ ପାଳନ କରାଯାଇ ଓଡ଼ିଶାର ବରପୁତ୍ର ମାନଙ୍କର ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯିବା ସହିତ ସେମାନଙ୍କର ସ୍ମୃତି ଚାରଣ କରାଯାଇଥିଲା।

ଅନୁଷ୍ଠାନ ର ସଭାପତି ସୁରେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏହି ଉତ୍ସବ ପାଳନ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ମକଦ୍ଦମl ମହାରଣା ନୂତନ ଶିକ୍ଷା ବର୍ଷ ୨୦୨୪-୨୫ ର ଶୁଭକାମନା କରିବା ସହିତ ଉତ୍କଳ ଦିବସ ସମ୍ପର୍କରେ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ ।ହୋମ ଯଜ୍ଞ ମାଧ୍ୟମରେ ପୂଜାର୍ଚ୍ଚନା କରାଯାଇ ଶିଶୁ ଙ୍କର ଶୁଭକାମନା କରାଯାଇଥିଲା