ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ର ପୁରୁଖା ବିଜେଡି ନେତା ତଥା ପୂର୍ବତନ ବୟନିକା ନିଗମ ଅଧ୍ୟକ୍ଷ ଶ୍ରୀ ଶେଷ ମେହେର ଆଜି କଣ୍ଟାମାଳ ଅଞ୍ଚଳର ଯୁବ ବିଜେପି ନେତା ଓମପ୍ରକାଶ ମିଶ୍ର ଙ୍କ ନେତୃତ୍ବରେ ବିଧିବଦ୍ଧ ଭାବେ ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି। ।

ତେବେ ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ବିକଶିତ ଭାରତ ଲକ୍ଷ୍ୟ ପୂରଣ ତଥା ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ରେ ବିଜେପି କିଭଳି ହଜାର ହଜାର ଭୋଟ୍ ରେ ବିଜୟି ହେବ ସେନେଇ ଆପ୍ରାଣ ଉଦ୍ୟମ କରିବା କଥା କହିଛନ୍ତି।ଏହି ମିଶ୍ରଣ ପର୍ବରେ ରାଜ୍ଯ ନେତୃତ୍ବ ଙ୍କ ସମେତ ବୌଦ୍ଧ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ବିଜେପି ନେତା କହେଁଇ ଚରଣ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।