ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ଆଜି ନିର୍ବାଚନ କମିଶନର୍ ଆଗାମୀ ଲୋକସଭା ଏବଂ ବିଧାନ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିବା ବେଳେ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ପୋଲିସ୍ ର ଉପସ୍ଥିତି ଜାହିର୍ କରାଯାଇଛି I

ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଜିତ୍ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନ,ଜଗନ୍ନାଥପ୍ରସାଦ ଥାନା ଅଧିକାରୀ, ବାଲିପଦର ଫାଣ୍ଡି ଅଧିକାରୀ ସମୀର ବେହେରା, ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ,ନାରାୟଣ ନାୟକ, ମହେଶ୍ଵର ବେହେରା, ଏଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ,ଅନୁ ମଲ୍ଲିକଙ୍କ ସମେତ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ ଏବଂ ସମସ୍ତ ପୋଲିସ୍ କର୍ମଚାରୀ ବେଲଗୁଣ୍ଠା ସହର ସମେତ ଏହି ଥାନା ଅନ୍ତର୍ଗତ ମଙ୍ଗଳପୁର,ଟିକରପଡ଼ା, ବରଗାଁ, ଅଢେଇ ଗାଆଁରେ ଫ୍ଲାଗ ମାର୍ଚ୍ଚ କରିଥିଲେ I

ବିଶେଷ କରି ଅସାମାଜିକ ବ୍ୟକ୍ତିଙ୍କୁ ସତର୍କ କରିବା ଏବଂ ଅଞ୍ଚଳରେ ପୋଲିସ୍ ର ଉପସ୍ଥିତି ଜାହିର କରିବା ଫ୍ଲାଗ ମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ଥିଲା I ଫ୍ଲାଗ ମାର୍ଚ୍ଚ ସମୟରେ କୌଣସି ପରିସ୍ଥିତିରେ ମଧ୍ୟ ଆଇନ୍ କୁ ହାତକୁ ନନେଇ ପୋଲିସ୍ ର ସହଯୋଗ ନେବା ଏବଂ ଅବାଧ ନିରପେକ୍ଷ ନିର୍ବାଚନରେ ଅଂଶଗ୍ରହଣ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା I