ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ) ପୁରୁଣାକଟକ ଥାନା ପୁରୁଣାକଟକ – ଧଲପୁର ପୂର୍ତ୍ତ ରାସ୍ତା ର ବୁରୁବୁଡା ଠାରେ ଶୁକ୍ରବାର ଅପରାହ୍ନ ରେ ଏକ ଟ୍ରକ ପଛପଟୁ ବାଇକ ପିଟି ହେବା ଫଳ ରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି l

ସୂଚନା ମତେ ଫୁଲବାଣୀ ଅଞ୍ଚଳ ର ମନୋଜ ସାହୁ(୪୦ ), ମିଥୁନ ସାହୁ( ୩୨ ) ନାମକ ଦୁଇ ଯୁବକ ବାହାଘର ଭୋଜି କାର୍ଯ୍ୟ ରେ ଯୋଗ ଦେଇ ଫେରୁଥିବା ସମୟରେ ବାଇକ ଆରୋହୀ ଭାରସାମ୍ୟ ହରାଇ ରାସ୍ତା ରେ ଠିଆ ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା l

ଫଳରେ ମନୋଜ ସାହୁ ଙ୍କ ମୁହଁ ରେ ଗଭୀର ଆଘାତ ହୋଇଥିବା ବେଳେ ଅନ୍ୟଜଣେ ମଧ୍ୟ ଆହତ ହୋଇଛନ୍ତି l ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତା ରେ ପୁରୁଣାକଟକ ମେଡିକାଲ ଭର୍ତି କରିଥିଲେ ମନୋଜ ସାହୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧ ମେଡିକାଲ ପଠା ଯାଇଥିବା ଜଣାପଡ଼ିଛି l