ହରଭଙ୍ଗା :(ଚିତ୍ତରଞ୍ଜନ ସିଂ )ଯିବ ଜଗତ ସନ୍ତୁଳିତ କରିବା ଦିଗରେ ଘର ଚଟିଆ ର ଭୂମିକା ଅତୁଳନୀୟ l ପରିବେଶବିତ ଙ୍କ ମତରେ ବର୍ଷା ର ଆଗମନ କୁ ଚାଷୀଙ୍କୁ ଶୁଭ ସଂକେତ ଦେଇଥାଏ ଘର ଚଟିଆ, ବର୍ଷା ଆଗମନ ହେଲେ ନିଜ ବସା ବାନ୍ଧିବା ଆରମ୍ଭ କରିଥାଏ ଏହି ପକ୍ଷୀ l ଏହି ବସା ବାନ୍ଧିବା ଆରମ୍ଭ ହେଲେ ଚାଷୀ ଜାଣିପାରେ ଖୁବ ଶୀଘ୍ର ବର୍ଷା ର ଆଗମନ ହେବାକୁ ଆସ କରି ଚାଷୀ ନିଜ ଚାଷ କାର୍ଯ୍ୟର ସଜବାଜ କରିଥାଏ l ପରବର୍ତୀ ସମୟରେ କୃଷି କାର୍ଯ୍ୟରେ ବିଭିନ୍ନ ପୋକ, ରୋଗ ଜୀବାଣୁ କୁ ଖାଇ ପରିବେଶ ସନ୍ତୁଳିତ କରିଥାଏ l

କିନ୍ତୁ ବୈଜ୍ଞାନିକ ଜ୍ଞାନ କୌଶଳ ରେ କୃଷି କାର୍ଯ୍ୟ, ଜୈବିକ ସାର, କୀଟ ନାଶକ ଔଷଧ, ଜଙ୍ଗଲ ନଷ୍ଟ, ପକ୍କା ଘର ବ୍ୟବହାର ଫଳରେ ଘର ଚାଟିଆ ର ବଂଶ ପ୍ରାୟ ଲୋପ ହେବାକୁ ବସିଛି l କୋଉଠି କାଁ ଭାଁ ଦେଖା ଯାଉଛି ଘର ଚଟିଆ l ଘର ଚଟିଆ ବଂଶ ରକ୍ଷା ଦିଗରେ ବିଶ୍ୱ ଘରଚଟିଆ ଦିବସ ଅବସରରେ ବୁଧବାର ଦିନ ବୌଦ୍ଧ ବନଖଣ୍ଡ ପକ୍ଷରୁ ବୀରନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀ ଠାରେ ବିଶ୍ବ ଘର ଚଟିଆ ଦିବସ ପାଳିତ ହୋଇ ଯାଇଛି l

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଫେସର ସିଦ୍ଧେଶ୍ୱର ମହାରଣା, ବୌଦ୍ଧ ପଞ୍ଚାୟତ କଲେଜର ପୁର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଅଧ୍ୟାପକ ପ୍ରବୀର କୁମାର ଦାସ୍, ବୌଦ୍ଧ ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରିୟ ବ୍ରତ ବେହେରା ଓ ଅନ୍ୟବକ୍ତା ମାନେ ମଞ୍ଚାସୀନ ଥିଲେ |

ଘର ଚଟିଆ ଙ୍କ ସୁରକ୍ଷା ଦିଗରେ ମଂଚାସୀନ ଅତିଥି ଗଣ ନିଜ ନିଜର ମତ ରଖିଥିବା ବେଳେ ଚଟିଆ ରହିବା ପାଇଁ ଏ ଅବସରରେ ଚଟିଆ ବସା ହରଭଙ୍ଗା ବ୍ଲକ ର ବୌଦ୍ଧ, ପୁରୁଣାକଟକ, ମାଧପୁର ରେଞ୍ଜ ଅଧିନସ୍ଥ ବିଭିନ୍ନ ଗାଁ ବଣ୍ଟନ କରାଯିବା ନେଇ ବନ ଖଣ୍ଡ ଅଧିକାରୀ ଶ୍ରୀ କମ୍ପୋ ସୂଚନା ଦେଇଛନ୍ତୁ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ, ପ୍ରକୃତି ପ୍ରେମୀ ଓ ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ |