ବେଲଗୁଣ୍ଠା, 18/03(ସୁଶାନ୍ତ କୁମାର ବେହେରା)ତାତି ଯେତିକି ବଢୁଛି ଜଳକଷ୍ଟ ସେତିକି ବଢୁଛି। ପାଣି ଟାଙ୍କି ଥାଇବି ପାଣି ଆସୁନି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବାଧ୍ୟ ହୋଇ ଗାଁ ପୋଖରୀର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ବେଲଗୁଣ୍ଠା ବ୍ଲକ ତନରଡ଼ା ପଞ୍ଚାୟତ ର ବାନାତୁମ୍ବ ଗ୍ରାମ ମୁହଁରେ ଛିଡା ହୋଇଛି ବିରାଟ ପାଣି ଟାଙ୍କି,ପ୍ରତି ଘରକୁ ସଂଯୋଗ ହୋଇଛି ପାଣି ପାଇପ।ହେଲେ ପାଇପ ରେ ପାଣି ଅlସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମର ମହିଳା ମାନେ ପ୍ରତିଦିନ ମାଠିଆଧରୀ ଗାଁ ପୋଖରୀରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ସରକାରଙ୍କ ବସୁଧା ଯୋଜନାରେ ଗାଁ ରେ ନିର୍ମାଣ ହୋଇଛି ଜଳ ଯୋଗାଣ ପ୍ରକଳ୍ପ । ଗତ ୬ ମାସ ହେଲା ପ୍ରକଳ୍ପ କାର୍ଯ୍ୟ ସରିଲାଣି। ଗାଁକୁ କିଛିଦିନ ଧରି ଟ୍ରାଇଲ ଭାବେ ପାଣି ଆସିଲା କିନ୍ତୁ ଏବେ ଆଉ ଟ୍ୟାପ ରେ ପାଣି ଆସୁନି । ଏକକୋଟି ଏକାଅସି ଲକ୍ଷଟଙ୍କାରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଗତ ପ୍ରାୟ 20 ଦିନ ପୂର୍ବେ ଉଦ୍ଘାଟନ ପରେ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ । ଟାଙ୍କି କାମନିମ୍ନ ମାନର ହୋଇଥିବା ଅଭିଜିଗ ହୋଇଥିଲେବି ଏହାକୁ ତଦନ୍ତ ପରିସରକୁ ନିଆଗଲାନି । ଏହି ଗାଁ ରେ ବାସକରୁଥିବା ଦୁଇଶହରୁ ଅଧିକ ପରିବାର ଙ୍କୁ ଏବେ ଘାରିଛି ଜଳ ଚିନ୍ତା ।

ଆଗକୁ ଗ୍ରୀଷ୍ମ ମାସରେ ଅସହ୍ୟ ତାତି ସମୟରେ ପାଣି ଟିକିଏ ମିଳିବନାହିଁ । ଗାଁ ରେ ଥିବା କୂଅ ଓ ନଳକୁଅ ର ଜଳ ପାନୀୟ ଉପଯୋଗୀ ହୋଇନଥିବାରୁ ଏଥିରେ ରୋଷେଇ କଲେ ଭଲସେ ହେଉନଥିବା ଜଣାପଡିଛି । ଆଉ ସୋଲାର ରେ ଯେଉଁ ଜଳ ବ୍ୟବସ୍ଥା ହୋଇଛି ତାହା ଆବଶ୍ୟକତା ପୁରଣ କରିପାରୁନାହିଁ । ବାଧ୍ୟ ହୋଇ ଲୋକମାନେ ଗାଁ ପୋଖରୀର ଜଳକୁ ଛାଣି ବ୍ୟବହାର କରୁଛନ୍ତି । ଏହି ପାଣି ପିଇ ଅନେକ ସମୟରେ ରୋଗର ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଜଳ ଯୋଗାଣ ସମସ୍ୟାର ଶୀଘ୍ର ସମାଧାନ ନକଲେ ଆସୁଥିବା ନିର୍ବାଚନରେ ଗ୍ରାମବାସୀଙ୍କ ପକ୍ଷରୁ ଏହାର ସଠିକ ଜବାବ ଦିଆଯିବ ବୋଲି କହିଛନ୍ତି ଗ୍ରାମର ମହିଳା ।