ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଜମିବାଡି ବିବାଦ କୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ଥାନା ଅନ୍ତର୍ଗତ ରାହାସୋଇ ପଂଚାୟତ ଚମ୍ପା ଗ୍ରାମରେ । ଗୁରୁତର ମହିଳା କୁସୁମଲତା ପଣ୍ଡା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି। ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ । ଅଭିଯୋଗ ମୁତବକ କୁସୁମଲତା ଓ ତାଙ୍କ ପଡୋଶୀ ନାରାୟଣ ପଣ୍ଡାଙ୍କ ମଧ୍ୟରେ ଜମିବାଡି ବିବାଦ କୁ କେନ୍ଦ୍ର କରି ପୂର୍ବ ରୁ ବିବାଦ ଥିଲା ।

କୁସୁମଲତାଙ୍କ ୮୦ ବର୍ଷୀୟ ମା ଶରୀର ଅସୁସ୍ଥ ଥିବାରୁ ମେଡିକାଲ ନେବା ପାଇଁ ଛକ ନିକଟକୁ ଅଟୋ ଡାକିବାକୁ ଯାଇଥିବା ବେଳେ ପଡୋଶୀ ଓ ସାଥି ହଠାତ ତାଙ୍କୁ ପଥର ଓ ଠେଙ୍ଗା ସାହାଜ୍ୟରେ ଆକ୍ରମଣ କରିଥିଲେ। ସେଠାରେ କୁସୁମଲତା ରକ୍ତାକ୍ତ ହୋଇ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେ ଏବେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ଦଶରଥପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।