ଢେଙ୍କାନାଳ୧୩/୩(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ୧୮ଟି ଗ୍ରାମପଂଚାୟତ ସ୍ତରୀୟ ସଂଘ ତଥା ମିଶନଶକ୍ତିର ସଭାନେତ୍ରୀ,
ସମ୍ପାଦିକା ଓ କାର୍ଯ୍ୟକାରିଣୀ ସଦସ୍ୟାମାନେ ଟିଏ ଓ ଡିଏ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଜରିଆରେ ୫-ଟି ସଚିବଙ୍କୁ ଏକ ବାବାପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ବହୁଦିନ ଧରି ବିନା ପାରିଶ୍ରମିକରେ ମିଶନଶକ୍ତି ଗଠନ ଓ ପରିଚାଳନା କରି ଆସୁଛନ୍ତି । ଫଚାୟତ ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ମାସିକ ଦୁଇଥର ମିଟିଂ ଯୋଗଦେବା ପାଇଁ ନିର୍ଦ୍ଦେଶ ଥିଲେ ହେଁ ବହୁବାର ସେମାନେ ମିଟିଂରେ ଯୋଗଦେବା ପାଇଁ ବାନ୍ଧା ହେଉଛନ୍ତି । ଯୋଗ ନଦେଲେ ବ୍ଲକ୍ ସ୍ତରୀୟ ଓ ପଂଚାୟତ ସ୍ତରୀୟ କାର୍ଯ୍ୟଗୁଡିକ ପରିଚାଳନାରେ ବାଧାସୃଷ୍ଟି ହେଉଛି ।

ଏପରିକି ଏମ୍ବିକେ, ସିଆର୍‌ସି, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ବ୍ୟାଙ୍କ ମିତ୍ରଙ୍କର ପାରିଶ୍ରମିକ ଅନୁଯାଇ ସେମାନଙ୍କର କାର୍ଯ୍ୟ ଯଥେଷ୍ଟ ଅଧିକ ବୋଲି ପ୍ରକାଶ କରିଛନ୍ତି । ବର୍ତମାନ ସରକାର ସମସ୍ତଙ୍କର ଦରମା ଆକାରରେ ବନ୍ଧିତ କରିଥିବାରୁ ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । କିନ୍ତୁ ମିଶନଶକ୍ତି ମା’ମାନଙ୍କର ପାରିଶ୍ରମ ଅନୁସାରେ ଟିଏ ଓ ଡିଏ ବହୁତ କମ୍ ହେଉଥିବାରୁ ସେମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଣୁ ସମସ୍ତ ସଭାନେତ୍ରୀ, ସମ୍ପାଦିକା ଓ କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କୁ ଗଣତି ଅନୁଯାୟୀ ଟିଏ ଓ ଡିଏର ବୃଦ୍ଧି କରାଯାଇ ପ୍ରୋତ୍ସାହନ ରାଶି ଦିଆଗଲେ ଏବଂ କାର୍ଯ୍ୟକାଳ ବଦ୍ଧିତ କରାଗଲେ ବହୁତ ଖୁସି ହେବେ । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଜଣାଇଛନ୍ତି । ଏହି ଦାନିପତ୍ର ବେଳେ ନର୍ମଦା ମହାନ୍ତି, ପ୍ରିୟାବତୀ ମିଶ୍ର, ବାସନ୍ତୀ ମହାପାତ୍ର, ମୀରା ଦାଶ, ଭାରତୀ ପରିଡା, ବାସନ୍ତୀ ବେହେରା, ଅଲିଭା ପୃଷ୍ଟି, ମଞ୍ଜୁ ସାଇଁ, କୁନି ସାହୁ, କଳ୍ପନା ଦେହୁରୀଙ୍କ ସମେତ ବହୁ ମିଶନଶକ୍ତିର ସଭାନେତ୍ରୀ, ସମ୍ପାଦିକା ଓ କାର୍ଯ୍ୟକାରିଣୀ ସଦସ୍ୟାମାନେ ଉପସ୍ଥିତ ଥିଲେ ।