କେସିଙ୍ଗା ( ପ୍ରୀତୀଶ ପଟେଲ )ନିକଟରେ ଏବଂ ଆଜି ରାଜ୍ୟ ସରକାର ବହୁତ ଗୁଡିଏ ଅଞ୍ଚଳ ଏନ ଏ ସି ଓ ମୁନ୍ସୀପାଲଘୋଷଣା କଲେ।ହେଲେ କେସିଙ୍ଗା ଏନ ଏ ସି ୧୯୬୫ ରୁ ହୋଇଥିଲେ ବି ଏହାକୁ ମୁନ୍ସୀପଲଟି କଲେନାହିଁ।ସର୍ଵ ପୁରାତନ ଏନ ଏ ସି ଭାବରେ ପରିଚିତ ଏହି ଏନ ଏ ସି ର ଜନସଂଖ୍ୟା ଇତି ମଧ୍ୟରେ ୨୫ ହଜାର ହେଲାଣି।ଯାହା ମୁନ୍ସୀପଲଟି ପାଇଁ ଯଥେଷ୍ଟ।ଜନସଂଖ୍ୟା ଦୃଷ୍ଟି ରୁ ୱାର୍ଡ ସଂଖ୍ୟା ବି ବୃଦ୍ଧି ହେବାର ଆବଶ୍ୟକତା ଅଛି।ପୁଣି ବହୁ ଦିନରୁ ସହରାଞ୍ଚଳ ପ୍ଳାନିଂ କତ୍ତୃପକ୍ଷ ଏହି ସହର କୁ ଲାଗିଥିବା ଯୋଲୋକ, ମଶନିମୁଣ୍ଡା ଓ ଡୁମେରମୁଣ୍ଡା ତାଙ୍କ ଅଧୀନରେ ଥିବା ର ବିଜ୍ଞପ୍ତି କରି ସାରିଛନ୍ତି।ଏଣୁ ଏହି ସବୁ କୁ ମିଶାଇଲେ ଜନସଂଖ୍ୟା ୩୫ ହଜାର ରୁ ଉର୍ଦ୍ଧ୍ବ ହେବ।

ଏଣୁ ଏହାକୁ ମୁନ୍ସୀପଲଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ କେସିଙ୍ଗା ବିକାଶ ମଞ୍ଚ ଚିଠି ଲେଖି ଦାବୀ କରିଛି।ସେହିପରି ଚେମ୍ବର ଅଫ କମର୍ସ ସଭାପତି ଅନୀଲ ଜୈନ ବି ଏହି ସବୁଠୁ ପୁରାତନ ଓ ରାଜ୍ୟ ରେ ନା ଥିବା ଏନ ଏ ସି କୁ ଜନସଂଖ୍ୟା ଅବିବୃଦ୍ଧି କାରଣ ରୁ ମୁନ୍ସୀପଲଟି କରିବା ଦାବୀ କରିଛନ୍ତି।ଏହା ନେଇ କେସିଙ୍ଗା ସାମ୍ବାଦିକ ମହାସଙ୍ଘ ସିଟିଜନ ନାଗରିକ ପକ୍ଷରୁ ପ୍ରଣବ ଭୋକ୍ତା ବି ଟୁଇଟ କରିଦେଇଛନ୍ତି।ସବୁବେଳେ ଏହି ଅଞ୍ଚଳ ନିର୍ବାଚିତ ପ୍ରତିନିଧି ଙ୍କ ଉଦାସୀନତା ପାଇଁ ଅବହେଳିତ। ଏଣୁ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଏମାନେ ଜୋର ଦାବୀ କରିଛନ୍ତି।ମୁଖ୍ୟମନ୍ତ୍ରୀ ଯେଉଁ ମୁନ୍ସୀପଲଟି ଓ ଏନ ଏ ସି ଘୋଷଣା କରିଛନ୍ତି ତାକୁ ସ୍ୱାଗତ କରିଛନ୍ତି।ଏହି ଏନ ଏ ସି ମୁନ୍ସୀପଲଟି ପାଇଁ ସରକାର ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ ହେବ ବୋଲି ବି କୁହାଯାଇଛି।