ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ ) ପରୀକ୍ଷା ମୂଳକ ଭାବେ ବୌଦ୍ଧ ଜିଲ୍ଲାକୁ ଗଡ଼ିଲା ରେଳ ଇଞ୍ଜିନ । ସୁବର୍ଣ୍ଣପୁର ଜିଲ୍ଲାରୁ ତେଲନଦୀ ବ୍ରିଜ ଦେଇ ଜିଲ୍ଲାର ମାନମୁଣ୍ଡା ପୁରୁଣାପାଣି ଷ୍ଟେସନ କୁ ସଫଳତାର ସହ ପହଁଚିଚି ରେଳ ଇଞ୍ଜିନ । ଯାହାକୁ ନେଇ ଜିଲ୍ଲାବାସୀ ଉତ୍ସାହୀ । ଦୀର୍ଘ ଦିନର ସ୍ବପ୍ନ ଧୀରେ ଧୀରେ ସତ ହେବାକୁ ଯାଉଛି ଏନେଇ ଆଜି ପ୍ରଥମ ପର୍ଯ୍ୟାୟରେ ନଅ କିଲୋମିଟର ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲା ପୁରୁଣାପାଣି ରେଲ ଷ୍ଟେସନ ପର୍ଯ୍ୟନ୍ତ ଏକ ରେଲ ଇଂଜିନ ଗଡ଼ିଛି ।

ସୋନପୁର ଠାରୁ ତେଲନଦୀ ବ୍ରିଜ ଉପରେ ଆସି ଟ୍ରାଏଲରନ କାର୍ଯ୍ୟ ସଫଳତା ର ସହ ସମ୍ପୂର୍ଣ୍ଣ ହୋଇଛି ଏବଂ ଆଉ କିଛି ଦିନ ପରେ ଝାରମୁଣ୍ଡା ରେଲ ଷ୍ଟେସନ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟୟ ଟ୍ରାଏଲରନ ହେବ ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ବୌଦ୍ଧ ପର୍ଯ୍ୟନ୍ତ ଗଡିବ ଟ୍ରେନ ନେଇ ରେଲ ବିଭାଗ ପକ୍ଷରୁ ସୂଚନା ମିଳିଛି l ବୌଦ୍ଧରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଗଡିବ ରେଲ ତେଣୁ ଜୋରସୋରରେ କାମ ମଧ୍ୟ ଚାଲିଛି l ବୌଦ୍ଧ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଗଡିବ ରେଲ । ଏହାକୁ ନେଇ ଜିଲ୍ଲା ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି l ଟ୍ରାଏଲ ରନ ସଫଳ ହୋଇଥିବା ରୁ ଆଜି ଅଧିକାରୀ ମାନେ ନଡ଼ିଆ ପିଟି ପୂଜାର୍ଚ୍ଚନା କରିବା ସହ ଟ୍ରନ କୁ ସ୍ୱାଗତ କରିଥିଲେ ।