ବୌଦ୍ଧ: (ଚିତ୍ତରଞ୍ଜନସିଂ)କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ କିଟ, ଭୁବନେଶ୍ୱର ଆର୍ଥିକ ସହାୟତାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସେସ (କିସ) ଓ କମ୍ୟୁନିଟି ଗୃହର ଭୂମିପୂଜନ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଯୋଗିନ୍ଦ୍ରପୁର ପଞ୍ଚାୟତର ରଙ୍ଗପାଲିଠାରେ ଅନୁଷ୍ଠିତ ହୋଇଯାଇଛି।

ପରେ ଡଃ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ଵରେ ଅତିଥିଭାବେ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା, ଜିଲ୍ଲାପରିଷଦ ଉପାଧ୍ଯକ୍ଷ ଶଙ୍କର୍ଷଣ ପ୍ରଧାନ, ରାଜ୍ୟ ବୟନିକା ଅଧ୍ୟକ୍ଷ ପ୍ରକାଶ ମେହେର, କଣ୍ଟାମାଳ ବ୍ଳକ ଅଧ୍ୟକ୍ଷା ସସ୍ମିତା ସେନାପତି,ଜିଲ୍ଲାପରିଷଦ ନଂ ୧ଜୋନର ସଦସ୍ୟା ସୁମିତ୍ରା ସାହୁ, ନଂ ୭ର ଜୋନର ସଦସ୍ୟ ବିଶ୍ଵଜିତ ମିଶ୍ର,ଯୋଗିନ୍ଦ୍ରପୁର ସରପଞ୍ଚ ଶ୍ରୀମତୀ ଝୁନୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ରମଣୀ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ପାଇଁ ଡଃ ସାମନ୍ତଙ୍କ ପ୍ରୟାସକୁ ଅତୁଳନୀୟ ଭାବେ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

ଏହି ବିଦ୍ୟାଳୟର ମାଗଣାରେ ଗରିବ ପିଲା ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ପାଠ ପଢ଼ିପାରିବେ ଏବଂ ଦ୍ଵାଦଶ ପରେ ମେଧାବୀ ଛାତ୍ରଙ୍କୁ ଭୁବନେଶ୍ୱରସ୍ଥିତ କିସରେ ଅଧିକ ପାଠ ପଢିବାକୁ ସୁଯୋଗ ମିଳିବ ବୋଲି ବକ୍ତବ୍ଯ ରଖିଥିଲେ।ପ୍ରାୟ ୫୦୦୦ ହଜାରରୁ ଅଧିକ ଜନସମାଗମ କାର୍ଯ୍ୟକ୍ରମରେ ଡଃ ସାମନ୍ତ ପରୋକ୍ଷରେ ନିର୍ବାଚନ ବିଗୁଲବହାଇଛନ୍ତି।

ତାଙ୍କ ଭାଷାଣରେ ଆପଣମାନେ ମୋତେ ଥରେ ସୁଯୋଗ ଦେଇସାରିଛନ୍ତି,ପୁଣି ଥରେ ସୁଯୋଗ ଦେବାକୁ ଜନ ସାଧାରଣଙ୍କୁ ନିବେଦନ କରିଥିଲେ। ଉକ୍ତ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ତୃତୀୟାଂଶ କେବଳ ମହିଳା ଉପସ୍ଥିତ ରହିଥିଲେ।ପରେ ଅନେକ ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ କଳିଙ୍ଗ ଟିଭିର ପଶ୍ଚିମଓଡିଶା ଚିଫ୍ ବ୍ୟୁରୋ ଚିତ୍ତ ରଞ୍ଜନ ନାଏକ ସଭା ପରିଚାଳନା କରିଥିବା ସ୍ଥଳେ ଜିଲ୍ଲା ବିଜେଡି ସଂଯୋଜକ ତଥା ସଙ୍ଗଠକ ପ୍ରଶାନ୍ତ ରଣା ଧନ୍ୟବାଦ ଦେଇଥିଲେ।