ହରଭଙ୍ଗା :(ଚିତ୍ତରଞ୍ଜନସିଂ).ଭୁବନେଶ୍ୱର ରାଜ୍ୟ କୃଷି ଭବନ ଠାରେ ରାଜ୍ୟ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଜିଆଖାତ – ଗୋଧନ ଯୋଜନା ର କାର୍ଯ୍ୟାଦେଶ କୃଷିମନ୍ତ୍ରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତlପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ର ପ୍ରତିଷ୍ଠାତା ଉପଦେଷ୍ଟା ଶରତ କୁମାର ପ୍ରଧାନ, ସମ୍ପାଦକ କୃତ୍ତିବାସ ପଲିଆ ଗ୍ରହଣ କରିଛନ୍ତି l

ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ଓ ଗୋଶାଳା ଏବଂ ଗୋଧନ କେନ୍ଦ୍ର ନିର୍ମାଣ ନିମନ୍ତେ ସରକାରୀ ସ୍ଥରରେ ବିନା ସୁଧରେ ବ୍ୟାଙ୍କ ଋଣ ମଂଜୁର କରିବା ପାଇଁ ସମ୍ପାଦକ ଶ୍ରୀ ପଲିଆ ଉପସ୍ଥାପନା କରିଥିଲେ l

ଏହାକୁ ଉଚ୍ଚ ସ୍ଥରରେ ବିଚାର ବିମର୍ଶ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ବିନା ସୁଧରେ ଋଣ ମିଳୁଥିବା ବେଳେ ଗୋଶାଳା ଓ ଗୋ ସେବକ ମାନଙ୍କୁ ନିଶ୍ଚିତ ମଂଜୁର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରଭାସ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ l