କେସିଙ୍ଗା୦୬ /୦୩ (ପ୍ରୀତୀଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ଠାରେ ହେବାକୁ ଥିବାଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଆଥିକ ଅନୁଦାନରେ ନିର୍ମିତ ନୂତନ ବହୁମୁଖୀ କକ୍ଷର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ସଂପାଦିତ ହୋଇଯାଇଛି। ଶ୍ରୀ ଯୁକ୍ତ ଭୂପିନ୍ଦର ସିଂହ, ମାନ୍ୟବର ବିଧାୟକ ନର୍ଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଯୁକ୍ତ ଚନ୍ଦନ କୁମାର ସେନାପତି, ଅଧ୍ୟକ୍ଷ ପଂଚାୟତ ସମିତି କେସିଙ୍ଗା, ଶ୍ରୀ ଯୁକ୍ତ ନୃପରାଜ ଯାଦବ,ଅଧ୍ୟକ୍ଷ ବିଜ୍ଞାପିତ ଅଂଚଳ ପରିଷଦ କେସିଙ୍ଗା ଏବଂ ଶ୍ରୀ ଯୁକ୍ତ ପଦ୍ମନାଭ ପୁରୋହିତ ବିଡିଓ କେସିଙ୍ଗା ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ପାଢୀଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।