ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ” ନାରୀ ଶକ୍ତି ବନ୍ଦନ” କାର୍ଯ୍ୟ କ୍ରମ ବୌଦ ଜିଲ୍ଲା ର ତିନିଗୋଟି ବ୍ଲକ୍ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ର ବୌଦ୍ଧ ରାଜ ବାଟି କାର୍ଯ୍ୟାଳୟ ଆଗରେ ବୌଦ୍ଧ ବ୍ଲକ୍ ର ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ହାଡ଼ଭଙ୍ଗା ବ୍ଲକ୍ ଅନ୍ତର୍ଗତ ଓ ପଲସଗୁଡ଼। ଠାରେ କଣ୍ଟାମାଳ ବ୍ଲକ୍ ର ନାରୀ ଶକ୍ତି ବନ୍ଦନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା।

ଆଜି ସାରା ଭାରତରେ ସମସ୍ତ ବ୍ଲକ ଅନ୍ତର୍ଗତ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି ଜି କଲିକତା ଠାରେ ଶୁଭ ଉଦଘାଟନ କରିଥିଲେ ଓ ସମଗ୍ର ଭାରତବର୍ଷର ନାରୀ ଶକ୍ତି ଉପରେ ଆଧାରିତ କେନ୍ଦ୍ର ସରକାରଙ୍କ ଦ୍ଵାରା ହୋଇଥିବା ବିଭିନ୍ନ ଐତିହାସିକ କାର୍ଯ୍ୟ କ୍ରମ କୁ ଗୋଟି ଗୋଟି କରି ବର୍ଣ୍ଣନା କରି ନାରୀ ଶକ୍ତି ପାଇଁ କେନ୍ଦ୍ର ର ମୋଦୀ ସରକାର ସମର୍ପିତବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଗାମୀ ଦିନରେ ଲକ୍ଷପତି ଦିଦି ସୃଷ୍ଟିହୋଇ ସମାଜ ରେ ଆର୍ଥିକ ଅଭିବୃଦ୍ଧି ହାର ବଢ଼ିବାରେ ସାହାଯ୍ୟ କରିବ ଆଜିର ଏହି କାର୍ଯ୍ୟକ୍ରମ ରେ ତିନି ଗୋଟି ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ସମସ୍ତ ସ୍ଵୟଂ ସାହାଯ୍ୟ ଗୋଷ୍ଟି ର ସଦସ୍ୟା ଙ୍କ ସହିତ ସି ଆର ପି ଓ ଏମ ବି କେ ଦିଦି ମାନେ ଯୋଗଦାନ୍ କରି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।

ବୌଦ୍ଧ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀମତୀ ମୀନାରାଣୀ ମିଶ୍ର, ଶ୍ରୀମତୀ ଅଙ୍କିତା ଭଞ୍ଜ , ଶ୍ରୀମତୀ ନିବେଦିତା ମହାକୁଡ , ତାପସ କୁମାର ପଟ୍ଟନାୟକ, ରାଜ କୁମାର ମେହେର, ଶ୍ରୀମତୀ ଶାନ୍ତିଲତା ଦନ୍ତା , କର୍ଣ୍ଣେଲ ଶିଶିର ଘୋଷ, ତପନ କୁମାର ଡ।ଙ୍ଗ, ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ଶ୍ରୀ କାଂହେଇ ଚରଣ ଡ।ଙ୍ଗ, ଅନିଲ କୁମାର ପ୍ରଧାନପ୍ରଭୁତି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।