ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )-ଡିଭାଡର ଭାଙ୍ଗି ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ବସରେ ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଯାତ୍ରୀ ଆହତ । ଫୁଲବାଣୀ-ଅନୁଗୁଳ ଯାଉଥିଲା ସରକାରୀ ବସ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ଘଟିଲା ଦୁର୍ଘଟଣା । ସୂଚନା ଅନୁଯାୟୀ ଫୁଲବାଣୀ ରୁ ଏକ ସରକାରୀ ବସ ଅନୁଗୁଳ ଯାଉଥିବା ବେଳେ ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଗାଡିଟି ଓଲିଟି ପଡିଥିଲା ।

ଫଳରେ ଗାଡ଼ିରେ ଥିବା ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି । ଅନ୍ୟପଟେ ସମସ୍ତ ଆହତ ଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚାରିଛକ ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀ ଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ଗାଡି ର ବ୍ରେକ ଫେଲ ଓ ନୂତନ ଡ୍ରାଇଭର କାରଣ ରୁ ଏଭଳି ହୋଇଥିବା ଯାତ୍ରୀମାନେ କହିଛନ୍ତି ।