ହରଭଙ୍ଗା (ଚିତ୍ତରଞ୍ଜନସିଂ)ଭୈରବୀ ସ୍ନାତକ ମହବିଦ୍ୟାଳୟ ପୁରୁଣାକଟକ ଠାରେ ପଞ୍ଚାୟତିରାଜ ଦିବସ ଅବସରରେ ଛାତ୍ରଛତ୍ରୀମାନଙ୍କୁ ନୂଆ ଓ ଛାତ୍ର ବୃତ୍ତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସର ରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ତାରେଣିଆ ଙ୍କ ସଭାପତିତ୍ବ କରିଥଲେ। କାର୍ଯ୍ୟକ୍ରମ ରେ ଅତିଥି ଭାବେ କରଞ୍ଜକଟା ଓ ପୁରୁଣା କଟକର ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅନୁଦାନ ପତ୍ର ବିତରଣ କରିଥଲେ।

ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ଉଚ୍ଚ ଶିକ୍ଷା ଲାଭ ନିଶ୍ଚିତ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ୫୫୩ ଜଣ ଛାତ୍ରଛାତ୍ରୀଙ୍କୁ ଅନୁଦାନ ପତ୍ର ପ୍ରଦାନ କରିଥିଲା। ଇଂରାଜୀ ଅଧ୍ୟାପକ ପ୍ରମୋଦ କୁମାର ମହାପାତ୍ର ସ୍ବାଗତ ଭାଷଣ ଓଅତିଥି ପରିଚୟ ପ୍ରଦାନ କରିଥଲେ। ଅଧ୍ୟାପକ ରଞ୍ଜିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶୁଭ୍ରାମଲ୍ଲିକା ପ୍ରଧାନ, ଅଶୋକ ପ୍ରଧାନ, ମଧୁସୁଦନ ବେହେରା, ଅଭିମନ୍ୟୁ ସାହୁ, ସୁମନ୍ତ ପ୍ରଧାନ ଓ ବିନୋଦ ଭୋକ୍ତା କାର୍ଯ୍ୟକ୍ରମରେ ସାହାଯ୍ୟ କରିଥଲେ।