ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଟା ବିନିକା ଅଞ୍ଚଳ ବାସୀ ପକ୍ଷରୁ ବିନିକା ସହରକୁ ସବଡ଼ିବିଜନ ଦାବୀ ନେଇ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଭୋର ସକାଳ ୬ଟାରୁ ବିନିକା ଅଞ୍ଚଳ ବସୀ ଏକତ୍ରୀତ ହୋଇ ବିନିକା – ସୋନପୁର ମୂଖ୍ୟରାସ୍ତା ଏମଡ଼ିଆର ୩୯ ବିନିକା ମହାନଦୀ ଛକ ଠାରେ ଟାୟାର ଜାଳି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନ ୧୦ ଘଣ୍ଟା ସମୟରେ ଜନସାଧାରଣ ବୃନ୍ଦ ସମସ୍ତ କାର୍ଯ୍ୟଳୟଗୁଡ଼ିକୁ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ । ରାସ୍ତାରୋକ ହେବା ଫଳରେ ରାସ୍ତାରେ ଶହ ଶହ ଗାଡ଼ି ମଟର ଅଟକି ରହି ଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଜରୁର କାଲୀନ ସେବାକୁ ବାଦ ଦେଇ ବନ୍ଦରେ ସମସ୍ତ ସ୍କୁଲ, କଲେଜ,ସରକାରୀ, ବେସରକାରୀ ଅଫିସ, ଦୋକାନ, ବଜାର ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥବାରୁ ଜିବନ ଯାତ୍ରା ବ୍ୟାହାତ ହୋଇଥିଲା । ସୁଚନା ଯୋଗ୍ୟ ସୁବର୍ଣ୍ଣପୁର ଜିଲ୍ଲା ର ଦ୍ବିତୀୟ ସର୍ବ ବୃହତ ବାଣିଜ୍ୟ କେନ୍ଦ୍ର ହେଉଛି ବିନିକା । ବିନିକା ଐତିହ୍ୟ ସଂସ୍କୃତି ଏବଂ ସାମାଜିକ ବିଧିବ୍ୟବସ୍ଥା ସମଗ୍ର ରେ ସୁବର୍ଣ୍ଣପୁର ଜିଲ୍ଳା ଗଠନ ହେବା ପରେ ବିନିକାକୁ ସବଡ଼ିଭିଜନ ମାନ୍ୟତା ସହ ବିଭିନ୍ନ ମୈାଳିକ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ କସରତ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଦିର୍ଘ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଂଚଳବାସୀଙ୍କ ଏସବୁ ଦୀର୍ଘ ଦିନର ଦାବି ରାଜନୈତିକ ପେଡ଼ିରେ ବାନ୍ଧି ହୋଇ ରହି ଥିବା ଆଲୋଚନା ହେଉଛି । ବିନିକା ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ବିନିକା ସବ୍ଡ଼ିଭିଜନ ଘୋଷଣା ।

ପ୍ରକାଶ ଥାଉକି , ରାଜ୍ୟ ସରକାର ରାଜ୍ୟରେ କିଛି ସବଡ଼ିବିଜନ ବୃଦ୍ଧି କରିବାକୁ ପ୍ରସ୍ତାବ ଗ୍ରହଣ କରି ଏକ ନାମତାଲିକା ପ୍ରକାଶନ କରିଥିଲେ ଯେଉଁଥିରେ ବିନିକା ନାମ ତୃତିୟ ସ୍ଥାନ ରହିଥିବା ବିଭିନ୍ନ ପତ୍ର ପତ୍ରୀକାରେ ପ୍ରକାଶିତ ହୋଇଥିଲା ା ଗତ ବିନିକା ପଞ୍ଚାୟତ ସମିତି ଓ ଏନଏସି ନିର୍ବାଚନ ପରେ ବିନିକା ଏନଏସି ଅଧ୍ୟକ୍ଷ ଓ ଉପାଧକ୍ଷା ଓ ବିନିକା ପଞ୍ଚାୟତ ଅଧ୍ୟାକ୍ଷା ଓ ଉପାଧକ୍ଷ ତଥା ବିନିକା ଅଞ୍ଚଳର ଜନସାଧାରଣ ଙ୍କ ଦାବିକୁ ଗୁରୁତ୍ବ ଦେଇ ୫ଟି ସଚିବକୁ ଭେଟି ବିନିକାକୁ ଶିଘ୍ର ସବଡ଼ିଭିଜନ ମାନ୍ୟତା ଦେବାକୁ ଲିଖିତ ନିବେଦନ କରିଛନ୍ତି l ଏହି ଐତିହାସିକ ସହର ରାଜା ରାଜୁଡ଼ା ସମୟରେ ସବଡ଼ିଭିଜନ ରହିଥିଲା ।

ବିନିକା ସବଡ଼ିଭିଜନ ମାନ୍ୟତା ପାଇବାପାଇଁ ସମସ୍ତ ଯୋଗ୍ୟତା ରହିଛି । ସବୁଠାରୁ ସମ୍ବେଦନଶୀଳ ଘଟଣା ହେଉଛି ୨୦୦୯ ମସିହାରେ ସୀମା ପୁନଃନିଦ୍ଧାରଣ କମିଟି ଦ୍ବାରା ବିନିକା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବିରମାହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଲୀ ହୋଇଛି। ବିନିକା ଏନଏସି ଓ ବିନିକା ପଞ୍ଚାୟତ ସମିତିର ୧୬ ଗୋଟି ପଞ୍ଚାୟତ ମଧ୍ୟରୁ ୧୩ ଟି ପଞ୍ଚାୟତକୁ ସାମିଲ କରିବା ସହ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳି ୩ ଗୋଟି ପଞ୍ଚାୟତକୁ ସାମିଲ କରାଗଲା । ଏହାସହ ବିନିକା ସବଡ଼ିଭିଜନ ସୋନପୁର ରହିଥିଲାବେଲେ ନିର୍ବାଚନ କାର୍ଯ୍ୟପାଇଁ ବିରମାହାରାଜପୁର ସବଡ଼ିବିଜନ ଉପରେ ନିର୍ଭରଶୀଳ। ଏଭଳି ବ୍ୟବସ୍ଥା ଭିତରେ ବିନିକା ବାସୀ ଏକ ପ୍ରକାର ପେଶି ହେଉଛନ୍ତି ।

ପ୍ରତ୍ୟକ ବାତ୍ୟା , ବନ୍ୟା ଓ ମରୁଡ଼ି ଓ ଧାନ ବିକ୍ରୀ , ସାର ଓ ଔଷଧ କଳାବଜାର, ମଜୁରିଆ ଅଭାବ ଯୋଗୁଁ ଚାଷୀ ଏକ ପ୍ରକାର ପେଶି ହେଉଛନ୍ତି । ଅଞ୍ଚଳର ଜଳସେଚନ ,ଶିକ୍ଷା ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଏହାର ସମାଧାନ ପାଇଁ ପ୍ରଶାସନ ଓ ରାଜନୈତିକ ସ୍ତରରେ ନିଷ୍କିୟତାକୁ ନେଇ ଏବେ ଅଞ୍ଚଳରେ ପ୍ରତିକ୍ରୀୟା ବଢ଼ିବାରେ ଲାଗିଛି ବିନିକା କୁ ସବଡ଼ିଭିଜନ ମାନ୍ୟତା ମିଲିଲେ ବିନିତପୁରରୁ ଅଧୁନା ବିନିକା ସୁନାର ବିନିକା ହେବ ବୋଲି ଅଞ୍ଚଳବାସୀଙ୍କ ଆଶାବାଦୀ ଅଛନ୍ତି । ଏହି ସବୁ ଦୃଷ୍ଟିରୁ ବିନିକା ଜନସାଧାରଣ ସ୍ୱତପ୍ରବୃତ ଭାବରେ ଆନ୍ତରିକତାସହ ସମସ୍ତେ ବନ୍ଦ କୁ ସମର୍ଥନ କରିଥିଲେ । ବିନିକା ମହାନଦୀ ଛକରେ ଲୋକେ ଟାୟାର ଜାଲି ପିକେଟିଙ୍ଗ କରିଥିଲେ । ଏହି ବନ୍ଦ ପାଳନ ଯୋଗୁଁ ଜରୁରୀ କାଲୀନ ସେବାକୁ ବାଦ ଦେଇ ସମସ୍ତ ବନ୍ଦ ହୋଇଥିଲା ।