ହରଭଙ୍ଗା : (ଚିତ୍ତରଞ୍ଜନସିଂ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡ଼ା ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଆଜି ଭିତ୍ତି ପ୍ରସ୍ଥର ସ୍ଥାପନ ସହିତ ଶୁଭ ଉଦ୍ଘାଟନ କରାଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ପଞ୍ଚାୟତି ରାଜ,ପାନିୟ ଜଳ, ଜଙ୍ଗଲ ପରିବେଶ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ପଞ୍ଚାୟତ ଅନ୍ତର୍ଗତ ଘୁଂଗୁରୁ ପଡ଼ା ରାସ୍ତା ପାର୍ଶ୍ଵର ୱାଲ କାର୍ଯ୍ୟ,ନୂଆପଡ଼ା ପୋଲ, ଯାବର ଚଶା ସମାଜର ନୂତନ କୋଠ ଘର ର ଭିତି ପ୍ରସ୍ତର ସ୍ଥାପନ କରିଵା ସହିତ ମହାଲିକ ପଡ଼ା ପଞ୍ଚାୟତ ପରିସର ରେ ତିଆରି ହୋଇଥିବା ନୂତନ କଲ୍ୟାଣ ମଣ୍ଡପ ଓ ମୋ ବ୍ୟାଙ୍କ୍ ସେବା ର ଶୁଭଉଦ୍ଘାଟନ କରିଥିଲେ ।

ଉକ୍ତ ତିନିଗୋଟି ସ୍ଥାନରେ ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଥିଲା ଓ ମହାଲିକ ପଡା ପଞ୍ଚାୟତ ପରିସରରେ ଏକ ନୂତନ କୋଠା ତିଆରି ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିବା ନେଇ ମନ୍ତ୍ରୀ ଶ୍ରୀ ଅମାତ ପ୍ରତିଶୃତି ଦେବା ସହିତ ୩୫ ଜଣ ନୂତନ ଭତ୍ତା ଧାରିଙ୍କୁ ଭତ୍ତା ପ୍ରଦାନ କରିଥିଲେ l

ଏହି ସମସ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ମହାଲିକ ପଡା ସରପଂଚ ମାମୁନି ବାଘ, ସମାଜ ସେବୀ ସଞ୍ଜୀବ ଦେହୁରୀ , ଜ୍ୟୋତି ରଞ୍ଜନ ସାହୁ, ଯୁବ ନେତା ଅମର ପ୍ରଧାନ, ଘାସି ରଣା ଓ ବୌଦ୍ଧ ବି ଜେ ଡି ଉପସଭାପତି ପ୍ରଦୀପ୍ତ ସାହୁ,ବରିଷ୍ଠ ବିଜେଡି କର୍ମୀ କିଶୋରି ଭୋକ୍ତା ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ବିକାଶ ମୂଳକ କାର୍ଯ ଧାରାକୁ ସାଧାରଣ ଲୋକଙ୍କ ପାଖରେ କିଭଳି ସହଜରେ ପହଂଚି ପାରୁଛି ତାହା ଉପରେ ଉପସ୍ଥିତ ଥିବା ସାଧାରଣ ଜନତାଙ୍କ ପାଖରେ ମତ ପ୍ରକାଶ କରିଥିଲେ l