ହରଭଙ୍ଗା( ଚିତ୍ତରଞ୍ଜନ ସିଂ)ମହାରାଷ୍ଟ୍ର ପୁନା ସହର ରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କ ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍ ” (ବି ସି ଏ )ତରଫ ରୁ ସଭାପତି ହେମସାଗର ସାହୁ ଙ୍କ ଅଧ୍ୟକ୍ଷତା ରେ ଆଜି ପୁନେ ର ଜୁନିଅର ଷ୍ଟାଫ କ୍ଲବ୍, ଖଡକି ଠାରେ ପୁଷପୁନି ଭେଟଘାଟ ପାଳନ ହୋଇଯାଇଛି।

ଏହି ଉତ୍ସଭ ରେ ୩୦୦ ରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ରେ ମଧୁସ୍ମିତା ପ୍ରଧାନ ଓ ପ୍ରତ୍ୟୁଷା ଗୁରୁ ଥିବା ବେଳେ, ସଙ୍ଗୀତ ବିଶାରଦ ରଜସ୍ରୀ ହୋତା ଙ୍କ ଠାରୁ ଶିକ୍ଷ୍ୟା ଲାଭ କରି ଥିବା କୁନି କୁନି ପିଲାଙ୍କ ନାଚ ଗୀତର ବେଶ୍ ଆସର ଜମି ଥିବା ସାଙ୍ଗକୁ ପଶ୍ଚିମ ଓଡ଼ିଶା ର ସୁସ୍ୱାଦୁ ଖାଦ୍ୟ ଭାତ, ଡାଲି, ଛତୁ ବେସର, ଘାଣ୍ଟ ତରକାରି, ରସଗୋଲା ଇତ୍ୟାଦି ଓଡ଼ିଶା ରୋଷୋୟୀୟ ଦୂଆରା ପ୍ରସ୍ତୁତି କରାଯାଇ ଥିଲା।

ଭେଟଘାଟ କଲ୍ଚରାଲ ଏସୋସିଏସନ୍ ” (ବି ସି ଏ ) ପଶ୍ଚିମ ଓଡ଼ିଶା ର କଳା ଓ ସଂସ୍କୃତିକୁ ବିଚ୍ଛିନ୍ନାଞ୍ଚଳରେ ପ୍ରଚାର ପ୍ରସାର କରିବା ସହ ସବୁବେଳେ ପଶ୍ଚିମ ଓଡ଼ିଆ ର ଏକତା କୁ ବଜୟାଇ ରଖିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଅଛି ବୋଲି ଉପସ୍ଥିତ ଅନେକ ସଭ୍ୟ ମାନେ ମତବ୍ୟକ୍ତ କରିଥିଲେ। ଦ୍ଵୀପ ପ୍ରଜଳନ କରିଥିଲେ ବରିଷ୍ଠ ମହିଳା ମାନଙ୍କ ଦ୍ଵାରା ସବିତା ଶତପଥୀ, ପ୍ରମିଳା ଶତପଥୀ, ବେଲମତି ମେହେର, ମମତା ପ୍ରଧାନ, ମମତା ନନ୍ଦ, ଆଶା ରଥ । ବଙ୍କିମ ପଟେଲ ( ସିଙ୍ଗର) ଙ୍କ ଗୀତ ରେ ବହୁତ୍ ମଜା ଉଠେଇ ଥିଲେ ଦର୍ଶକ।

ଏତଦବ୍ୟତିତ , ପ୍ରବାସୀ ଓଡ଼ିଆ ମାନେ ପୁନା ରେ ଚାକିରି ଓ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ରେ କାମ କରିବା ସହ ଓଡ଼ିଶା ର ଶ୍ରୀ ଜଗନ୍ନାଥ ସଂସ୍କୃତି, ସାମାଜିକ ରୀତିନୀତି, ପର୍ବ ପର୍ବାଣୀ ଇତ୍ୟାଦି ପାଳନ କରି ପ୍ରଚାର ପ୍ରସାର କରିବା ପୂର୍ବକ ଓଡ଼ିଶା ର ନାମ ଗୌରବାନ୍ଵିତ କରିବା ସହ ପ୍ରଶଂସା ସାଉଁଟିଛନ୍ତି। ସଭ୍ୟ ଜିତେନ୍ଦ୍ର ମିଶ୍ର ରାଜନ୍ ନାୟକ ଙ୍କ ଠାରୁ ଜାଣିବାକୁ ମିଳିଛି।