ପୁରୀ: (ମନୋଜ କୁମାର ବଳିଆରସିଂ)ନରେନ୍ଦ୍ରକୋଣ ମଙ୍ଗଳାସାହି ଖରାଖାଇ ପରିବା ମାର୍କେଟ ଅଞ୍ଚଳରେ ସବୁଦିନ ପ୍ରବଳ ଭିଡ ଦେଖାଯାଉଛି। ସକାଳ ସମୟରେ ମାର୍କେଟରେ ଗ୍ରାହକ ଓ ବାଣିଜ୍ୟିକ ଯାନବାହନର ଭିଡ ଯୋଗୁଁ ରାସ୍ତା ପୁରା ଜାମ ହୋଇଯାଉଛି। ଲୋକମାନେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି ଓ ଛୋଟ ଯାନ ଓ ଦୁଇଚକିଆ ଗାଡ଼ି,ବସ, ଆମ୍ବୁଲାନ୍ସ ,ସ୍କୁଲ ବସ,ଚାଳକମାନେଭି ଅନେକ ଅସୁବିଧା ର ସମ୍ମୁଖିନ ହେଉଛନ୍ତି।

ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି ଯେ, ପୋଲିସ ଓ ପ୍ରଶାସନ ପକ୍ଷରୁ ଯାତାୟାତର ସୁ ବନ୍ଦୋବସ୍ତ ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟବସ୍ଥା ଜୋରଦାର କରାଯିବା ଆବଶ୍ୟକ ।ପାର୍କିଂ ବ୍ୟବସ୍ଥା କଲେ ଏହି ସମସ୍ୟାର ସମାଧାନ ହେଇ ପାରିବ ବୋଲି ସ୍ଥାନୀୟ ବାସିନ୍ଦାଙ୍କର ମତ।ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ବୁଝୁଛି ସ୍ଥାନୀୟ ଅଂଚଳ ବାସୀଙ୍କ ଦୁଃଖ।