କାଶୀପୁର:  ୬/୧୦( ଅଞ୍ଜନ କୁମାର ନାଏକ) ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମା ହରିଜନ ସାହି ଅନ୍ତର୍ଗତ ଜଣେ ନିହାତି ଗରିବ ଶ୍ରେଣୀ ବ୍ୟବସାୟୀ ଙ୍କର ଘରେ କୌଣସି କାରଣରୁ ସୋମବାର ଦ୍ଵୀପହର ରେ ଅଗ୍ନି ସଂଯୋଗ ହୋଇଥିବା ଅଭିଯୋଗ ହେଇଯାଇଛି । ଉକ୍ତ ଘଟଣା ରେ ଘର ମଧ୍ୟରେ ଥିବା ଆବାସ ପତ୍ର ସମେତ ଲୁଗା ଓ ଟଙ୍କା ସବୁ ଜଳି ପାଉଁଶ ହୋଇଯାଇଛି। ଖବର ପାଇ କାଶୀପୁର ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ରେ ବିଳମ୍ବ ହେବାରୁ ଆବାସ ପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।

ଉକ୍ତ ଘଟଣା ରେ ଜଳି ଯାଇଥିବା ଘର ମାଲିକ ହେଲେ ଯୁଧିଷ୍ଠିର ନାଏକ । ସେ ସାହି ଛକ ରେ ଏକ ଚା ଦୋକାନ ସହ ଖୁଚୁରା ପେଟ୍ରୋଲ ବ୍ୟବସାୟ କରି କୁଟୁମ୍ବ ର ଛ ଜଣ ପ୍ରାଣୀ ଙ୍କୁ ପଶିଥାନ୍ତି । ସୋମବାର ଦ୍ବୀପହର ରେ ତାଙ୍କ ଝିଅ ଦେବକୀ ନାଏକ ଘରେ ପୂଜା କାର୍ଯ୍ୟ ରେ ଦ୍ବୀପ ଧୂପ ସମାପନ ପରେ ସ୍ବାମୀ ଓ ବାପା ଙ୍କ ପାଇଁ ଦିନ ପ୍ରାୟ ସମୟ ୧. ୩୦ ରେ ଖାଦ୍ୟ ନେଇ ଦୋକାନ କୁ ଯାଇଥିଲେ ।

ଦୋକାନ ପହଁଚିବା ପରେ ସାହି ର କିଛି ଲୋକେ ଘର ଭିତରେ କୌଣସି କାରଣରୁ ଧୂଆଁ ବାହାରିବା ଦେଖି ଯୁଧିଷ୍ଠିର ଙ୍କୁ ଖବର ଦେଇଥିଲେ । ଘଟଣା ର ଖବର ପାଇ ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଥିଲେ ।ଘଟଣା ରେ ସର୍ବସ୍ୱ ଜଳି ପାଉଁଶ ହେଇଯାଇଥିବା ବେଳେ ସେ ଜଣେ ଛୋଟ ବ୍ୟବସାୟି ପୁଣି ବଡ଼ କୁଟୁମ୍ବ ଏଣୁଯୁଧିଷ୍ଠିର ନାୟକ ଙ୍କୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।